କନକ ବ୍ୟୁରୋ : ଆଉ ନାହାନ୍ତି ବରିଷ୍ଠ ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁ। ବିଗତ ଦୁଇ ଦିନ ହେବ ଶରୀର ଅସୁସ୍ଥ ଥିବା ଯୋଗୁଁ କାର୍ଯ୍ୟରେ ଯୋଗ ଦେଇନଥିଲେ। ଆଜି ହଠାତ୍ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ଆଜି ପ୍ରାୟ ୨:୩୦ ସମୟରେ ୪୯ ବର୍ଷ ବୟସରେ ଦେହାନ୍ତ ଘଟିଛି। ପାଖାପାଖି ୨୦ ବର୍ଷରୁ ଅଧିକ ସମୟ ହେବ ଭିଡିଓ ଜର୍ଣାଲିଷ୍ଟ ଭାବରେ କାର୍ଯ୍ୟକରି ଆସୁଥିଲେ। ୨୦୦୪ ରୁ ସେ ଓଡିଶାର ବିଭିନ୍ନ ପ୍ରମୁଖ ଗଣମାଧ୍ୟମରେ ଜଣେ ଭିଡିଓଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟକରି ଆସୁଥିଲେ । ତାଙ୍କର ଦେହାନ୍ତ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୋକ ପ୍ରକାଶ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us