କନକ ବ୍ୟୁରୋ : ଆଜି ବିଜେଡିରେ ସାମିଲ ହୋଇପାରନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ଦିନ ୧୧ଟାରେ ନବୀନ ନିବାସରେ ମିଶ୍ରଣ ପର୍ବରେ ସାମିଲ ହେବା ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶଙ୍ଖ ଫୁଙ୍କିପାରନ୍ତି ଅରବିନ୍ଦ । ଏଥିପାଇଁ ସମସ୍ତ ଆଲୋଚନା ସରିଥିବା କୁହାଯାଉଛି । ମିଶ୍ରଣ ପର୍ବରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ନେତା, ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଥିବା ସୂଚନା ମିଳିଛି । ୨୦୧୯ ନିର୍ବାଚନ ପରେ ବିଜୟ ମହାପାତ୍ର ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ । ପୁଅ ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିବା ସହ ରାଜନୀତି କରିବା ନେଇ ସ୍ପଷ୍ଟ କରିଥିଲେ । ତେବେ ଆଜି ସେ ବିଜେଡିରେ ସାମିଲ ହୋଇପାରନ୍ତି ।