ଦେଶରେ ଉପରମୁହାଁ କରୋନା ଗ୍ରାଫ୍ : ଗତ ୨୪ ଘଂଟାରେ ପୁଣି ଚିହ୍ନଟ ହେଲେ ୬୦ ହଜାର ୯୬୩ ନୂଆ ଆକ୍ରାନ୍ତ ; ସଂକ୍ରମଣରେ ଆଉ ୮୬୪ ଜଣଙ୍କ ମୃତ୍ୟୁ ସହିତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୪୬ ହଜାର 

121

କନକ ବ୍ୟୁରୋ : ଦେଶରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ସାରା ଦେଶରେ ପୁଣି ଚିହ୍ନଟ ହୋଇଛନ୍ତି ୬୦ ହଜାର ୯୬୩ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୮କୁ ଛୁଇଁଛି । ସେହିପରି ଗତ ୨୪ ଘଂଟାରେ ସାରାଦେଶରେ କରୋନା ଭୂତାଣୁ ସଂକ୍ରମଣରେ ଯାଇଛି ଆଉ ୮୬୪ ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା  ମୃତ୍ୟୁ ୪୬ ହଜାର ଅତିକ୍ରମ କରିଛି । ଏବେ ଦେଶରେ ୬ ଲକ୍ଷ ୪୩ ହଜାର ୯୪୮ ଆକ୍ଟିଭ୍ ମାମଲା ରହିଛି । ୧୬ ଲକ୍ଷ ୩୯ ହଜାର ୫୯୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୨୧ ଜଣ, ଆନ୍ଧ୍ରପ୍ରଦେଶରେ ୨୨୦୩ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୫୫ ଜଣ, ବିହାରରେ ୪୧୩ ଜଣ, ଚଣ୍ଡିଗଡ଼ରେ ୨୬ ଜଣ, ଛତିଶଗଡ଼ରେ ୧୦୪ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୧୩୯ ଜଣ, ଗୋଆରେ ୮୬ ଜଣ, ଗୁଜରାଟରେ ୨୬୯୫ ଜଣ, ହରିୟାଣାରେ ୫୦୦ ଜଣ, ହିମାଚଳ ପ୍ରଦେଶରେ ୧୮ ଜଣ, ଜମ୍ମୁ ଓ କଶ୍ମୀରରେ ୪୯୦ ଜଣ, ଝାଡ଼ଖଣ୍ଡରେ ୧୯୨ ଜଣ, କର୍ଣ୍ଣାଟକରେ ୩୩୯୮ ଜଣ, କେରଳରେ ୧୨୦ ଜଣ, ଲଦାଖରେ ୯ ଜଣ, ମଧ୍ୟପ୍ରଦେଶରେ ୧୦୩୩ ଜଣ, ମହାରାଷ୍ଟ୍ରରେ ୧୮୩୦୬ ଜଣ, ମଣିପୁରରେ ୧୨ ଜଣ, ମେଘାଳୟରେ ୬ ଜଣ, ନାଗାଲାଣ୍ଡ୍‌ରେ ୮ ଜଣ, ଓଡ଼ିଶାରେ ୨୯୬ ଜଣ, ପୁଦ୍ଦୁଚେରୀରେ ୯୧ ଜଣ, ପଞ୍ଜାବରେ ୬୩୬ ଜଣ, ରାଜସ୍ଥାନରେ ୮୧୧ ଜଣ, ସିକିମରେ ୧ ଜଣ, ତାମିଲନାଡୁରେ ୫୧୫୯ ଜଣ, ତେଲେଙ୍ଗାନାରେ ୬୫୪ ଜଣ, ତ୍ରିପୁରାରେ ୪୩ ଜଣ, ଉତ୍ତରାଖଣ୍ଡରେ ୧୩୬ ଜଣ, ଉତ୍ତରପ୍ରଦେଶରେ ୨୧୭୬ ଜଣ ଏବଂ ପଶ୍ଚମବଙ୍ଗରେ ୨୧୪୯ ଜଣ ।