ଭାରତରେ ଉପର ମୁହାଁ କରୋନା ଗ୍ରାଫ : ଦିନକ ଭିତରେ ୫୨ ହଜାର ୯୭୨ ନୂଆ ଆକ୍ରାନ୍ତ ଚିହ୍ନଟ । ୨୪ ଘଂଟାରେ ଭୂତାଣୁ ସଂକ୍ରମଣରେ ଯାଇଛି ୭୭୧ ଜଣଙ୍କ ଜୀବନ । ମୋଟ ମୃତ୍ୟୁ ସଂଖ୍ୟା ୩୮ ହଜାର ୧୩୫ । ମୃତ୍ୟୁ ହାରରେ ଦିଲ୍ଲୀକୁ ଟପିଲା ତାମିଲନାଡୁ

158

କନକ ବ୍ୟୁରୋ : ଭାରତରେ ଉପର ମୁହାଁ ହୋଇଛି କରୋନା ଗ୍ରାଫ । ଆଜି ଦେଶର କରୋନା ତାଲିକାରେ ୫୨ ହଜାର ୯୭୨ ନୂଆ ଆକ୍ରାନ୍ତଙ୍କ ନାଁ ଯୋଡି ହୋଇଛି । ଏହା ସହ ୨୪ ଘଂଟାରେ ଭୂତାଣୁ ସଂକ୍ରମଣରେ ୭୭୧ ଜଣଙ୍କ ଜୀବନ ଯାଇଛି । ଆଜିର ମୃତ୍ୟୁକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩୮ ହଜାର ୧୩୫ରେ ପହଂଚି ଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୬କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୫ ଲକ୍ଷ ୭୯ ହଜାର ୩୫୭ ସକ୍ରିୟ ମାମଲା ରହିଛି । ୧୧ ଲକ୍ଷ ୮୬ ହଜାର ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ ହସ୍ପିଟାଲରୁ ଘରକୁ ଫେରିଛନ୍ତି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୭ ଜଣ, ଆନ୍ଧ୍ରପ୍ରଦେଶରେ ୧୪୦୭ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୦୧ ଜଣ, ବିହାରରେ ୩୦୯ଜଣ, ଚଣ୍ଡିଗଡ଼ରେ ୧୮ଜଣ, ଛତିଶଗଡ଼ରେ ୫୫ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୯୮୯ଜଣ, ଗୋଆରେ ୪୮ଜଣ, ଗୁଜରାଟରେ ୨୪୬୪ଜଣ, ହରିୟାଣାରେ ୪୨୮ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୩୮୮ଜଣ, ଝାଡ଼ଖଣ୍ଡରେ ୧୧୩ଜଣ, କର୍ଣ୍ଣାଟକରେ ୨୪୧୨ଜଣ, କେରଳରେ ୮୧ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୮୭୬ଜଣ, ମହାରାଷ୍ଟ୍ରରେ ୧୫୩୧୬ଜଣ, ମଣିପୁର ୬, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ ୫ଜଣ, ଓଡ଼ିଶାରେ ୧୮୭ ଜଣ, ପୁଦ୍ଦୁଚେରୀରେ ୫୧ଜଣ, ପଞ୍ଜାବରେ ୪୦୫ଜଣ, ରାଜସ୍ଥାନରେ ୬୯୦ଜଣ, ସିକିମରେ ୧ଜଣ, ତାମିଲନାଡୁରେ ୪୦୩୪ଜଣ, ତେଲେଙ୍ଗାନାରେ ୫୩୦ ଜଣ, ତ୍ରିପୁରାରେ ୨୩ଜଣ, ଉତ୍ତରାଖଣ୍ଡରେ ୮୩ଜଣ, ଉତ୍ତରପ୍ରଦେଶରେ ୧୬୭୭ଜଣ ଏବଂ ପଶ୍ଚମବଙ୍ଗରେ ୧୬୨୯ ଜଣ ।