ତାମିଲ ମୁଭି ସିଂଘମ୍ – ୩ରେ ନେଗେଟିଭ୍ ରୋଲରେ ନଜର ଆସିବେ ଓଲିଉଡ୍ର ସୁପରିଚିତ ନିର୍ଦେଶକ ସୁଧାକର ବସନ୍ତ । ଫିଲ୍ମର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଏଥିରେ ସୁପରଷ୍ଟାର୍ ସୁରୟା ଓ ଶ୍ରୁତି ହସନ୍ ମେନ୍ ଲିଡରେ ଅଛନ୍ତି । ଫିଲ୍ମର ନିର୍ଦେଶନା ଦେଇଛନ୍ତି ହରି ଓ ପ୍ରଯୋଜନା କରିଛନ୍ତି କେ.ଇ ଗଣନାଭେଲ୍ ରାଜା । ଫିଲ୍ମର ଅନ୍ୟନ୍ୟ ପ୍ରମୁଖ ଭୁମିକାରେ ଅଛନ୍ତି ଅନୁଷ୍କା ସେଟ୍ଟୀ, ସାର୍ଥ ସକସେନା , ରବୋ ଶଙ୍କର ଓ ସୁରୀ ।