ପାର୍ବଣରେ ମେଲୋଡି ପାଇଁ ଅନୁମତି ଦେବାକୁ ସଂଗୀତଶିଳ୍ପୀଙ୍କ ଦାବି : ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲେ ଓଲିଉଡ କଳାକାର

ଗଣେଷ ପୂଜା ଠାରୁ ମଞ୍ଚରେ ସଂଗୀତ ପରିବେଶଣ ପାଇଁ ଅନୁମତି ଦେବାକୁ ରଖିଲେ ଦାବି

372

କନକ ବ୍ୟୁରୋ : ମେଲୋଡ଼ି, ଭଜନ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦାବିରେ କଣ୍ଠଶିଳ୍ପୀ ମାନଙ୍କ ପ୍ରତିବାଦ । ଓଲିଉଡ଼ର ଆଗଧାଡ଼ିର ଗାୟକ ବିଷ୍ଣୁମୋହନ କବି, ତାରିଖ୍ ଅଜିଜ, ସତ୍ୟଜିତ ଆଦି କଣ୍ଠଶିଳ୍ପୀ ମାନେ ଗୀତ ଗାଇ ନିଜର ପ୍ରତିବାଦ ଜଣାଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ କାରାନା ପାଇଁ ପାଖାପାଖି ୧୮ ମାସ ହେଲା କଳାକାର ମାନେ ସେମାନଙ୍କ ରୋଜଗାର ହରାଇ ବସିଛନ୍ତି ।

ଏପରିକି କଳାକାର ମାନେ ରାସ୍ତାକଡ଼ରେ ପରିବା, ମାଛ ଓ ଛତୁ ବିକୁଥିବାର ମଧ୍ୟ ଦେଖିବାକୁ ମିଳୁଛି । କଳାକାରଙ୍କ ଜୀବନ ଜୀବିକାର ଭାରସାମ୍ୟ ହରାଇ ଦେଇଛି କରୋନା । ତେଣୁ ମ୍ୟୁଜିକ୍ ଆର୍ଟିଷ୍ଟ ୱେଲଫେୟାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆଗାମି ଗଣେଷ ପୂଜା ଠାରୁ ମଂଚ ସଂଗୀତ କାର୍ଯ୍ୟକ୍ରମ ପରିବେଶଣ ପାଇଁ ଦାବି କରିଛନ୍ତି ।