ଆରମ୍ଭ ହେବା ଠାରୁ ହିଁ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହି ଆସିଛି ରିୟାଲିଟି ସୋ’ ‘ବିଗ୍ ବସ୍’ର ସିଜିନ୍ ୧୨ । ଏହି ସୋ’ରେ ଚର୍ଚ୍ଚିତ ଯୋଡ଼ିମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ଜସଲୀନ୍ ମଥାରୁ ଏବଂ ଭଜନ ସମ୍ରାଟ ଅନୁପ ଜଲୋଟା। ଦୁହିଁଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟ ପାଇଁ ସୋ’ ଆରମ୍ଭରୁ ଚର୍ଚ୍ଚା ହୋଇଥିବା ବେଳେ ପରେ ଜସଲୀନ୍ ବର୍ଷେ ପର୍ୟ୍ୟନ୍ତ କଣ୍ଠଶିଳ୍ପୀ ସୁଖବିନ୍ଦର ସିଂହଙ୍କୁ ଡ଼େଟ୍ କରୁଥିଲେ ବୋଲି ଜଣାପଡ଼ିଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲେ । ସବୁଠାରୁ ବଡ଼ କଥା ହେଲା ଏହି ଖବର ଶୁଣି ନିଜେ ସୁଖୀ ପାଜି(ସୁଖବିନ୍ଦର ସିଂହ) ମଧ୍ୟ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ । କିଛି ଦିନ ତଳେ ଏକ ଟାସ୍କ କରୁଥିବା ସମୟରେ ଜସଲୀନ୍ ଏ ବିଷୟରେ ଜଣାଇଥିବା ବେଳେ ଏବେ ଏହି ଖବରରେ କେତେ ସତ୍ୟତା ରହିଛି ତା’ହା ଜଣାଇଛନ୍ତି ସୁଖବିନ୍ଦର ସିଂହ ।
ତାଙ୍କ କହିବା ଅନୁଯାୟୀ, “ମୁଁ ଜସଲୀନଙ୍କୁ ୬ ବର୍ଷ ହେବ ଜାଣିଛି । ଆମେ ଏକାଠି ଅନେକ ସୋ’ରେ କାମ କରିଛୁ । ସେ ତାଙ୍କ ସାଙ୍ଗ ଏବଂ ପରିବାର ଲୋକଙ୍କୁ ନେଇ ଅନେକ ଥର ଆମ ଘରକୁ ଆସିଛନ୍ତି । କିନ୍ତୁ ସେ ଡ଼େଟ୍ କରିବାର ମିଛ ଖବର କ’ଣ ପାଇଁ ଜଣାଇଲେ ତାହା ମୋତେ ଆଶ୍ଚର୍ୟ୍ୟ କରିଛି । ମୁଁ ଏହାର କାରଣ ଜାଣିବା ପାଇଁ ଜସଲୀନଙ୍କ ମାତା-ପିତାଙ୍କ ସହ ନିଶ୍ଚୟ କଥା ହେବି।”
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/1537954059-anup_jasleen_final.jpg)
/kanak/media/post_attachments/wp-content/uploads/2018/10/Jasleen-Matharu_710x400xt-300x169.jpg)
/kanak/media/post_attachments/wp-content/uploads/2018/10/jasleen-sukhwinder-1539952608-300x181.jpg)