କନକ ବ୍ୟୁରୋ: ସୋନା ମହାପାତ୍ରଙ୍କୁ ଧମକ । ସୁଫି ଫାଉଣ୍ଡେସନ୍ ଧମକ ଦେଇଥିବା ଅଭିଯୋଗ । ବଲିଉଡ୍ ଗାୟିକା ସୋନା ମହାପାତ୍ରଙ୍କୁ ମଦାରିୟା ସୁଫି ଫାଉଣ୍ଡେସନ୍ ପକ୍ଷରୁ ଧମକ ଦିଆଯାଇଥିବା ସୋନା ଟ୍ୱିଟ୍ କରିଛନ୍ତି । ସୋନା ମହାପାତ୍ରଙ୍କ ଏକ ଭିଡିଓ ‘ତୋରି ସୁରତ୍’କୁ ନେଇ ଏହି ଧମକ ମିଳିଛି । ଭିଡିଓରେ ସୁଫି ସଂସ୍କୃତିକୁ ଅବମାନନା କରାଯାଇଥିବା ଅଭିଯୋଗ ହୋଇଛି । ଏହା ସହ ଏହି ଭିଡିଓ ଅଶ୍ଳୀଳ ଓ ସାମ୍ପ୍ରଦାୟିକ ଉତେଜନା ସୃଷ୍ଟିକାରୀ ହୋଇଥିବା ଅଭିଯୋଗ କରି ସୋନାଙ୍କୁ ମଦାରିୟା ସୁଫି ଫାଉଣ୍ଡେସନ୍ ଧମକ ଦେଇଥିବା ସୋନା ଅଭିଯୋଗ କରିଛନ୍ତି ।
ଅମୀର ଖୁସ୍ରୁଙ୍କ ଲିଖିତ ଏକ ସୁଫି ଗୀତକୁ ଭିଡିଓ ‘ତୋରି ସୁରତ୍’ରେ ଆପତିଜନକ ଭାବେ ଉପସ୍ଥାପନ କରାଯାଇଥିବା ଅଭିଯୋଗ ଆଣିଛି ଏହି ସୁଫି ସଙ୍ଗଠନ । ସୁଫିଜିମ୍ ଶାନ୍ତି, ନ୍ୟାୟ ଓ ମାନବାଧିକାର ପାଇଁ କାମ କରୁଥିବା ମଦାରିୟା ସୁଫି ଫାଉଣ୍ଡେସନ୍ର ସଭାପତି ସମୀର ବୋଘାନି କହିଛନ୍ତି ସୁଫି ସଙ୍ଗୀତ ପରିବେଷଣ ପାଇଁ ସ୍ୱତନ୍ତ୍ର ଫର୍ମାଟ୍ ରହିଛି । କିନ୍ତୁ ସୋନା ମହାପାତ୍ର ଗୀତ ଗାଇବା ବେଳେ ଯେଉଁ ନୃତ୍ୟ, ସ୍ୱର ଓ ପୋଷାକ ବ୍ୟବହାର କରିଛନ୍ତି ତାହା ଆପତିଜନକ ।
ଏହା ସହ ଏହି ଭିଡିଓ ଆଲବମ୍ ପାଇଁ ଫାଉଣ୍ଡେସନରୁ କୌଣସି ଅନୁମତି ନେଇନାହାନ୍ତି ସୋନା ମହାପାତ୍ର । ତେଣୁ ଏହି ଭିଡିଓକୁ ୟୁଟ୍ୟୁବ୍ ଓ ବିଭିନ୍ନ ସୋସିଆଲ ମିଡିଆରୁ ପ୍ରତ୍ୟାହାର କରିନେବାକୁ ଧମକ ଦିଆଯାଇଛି । ତେବେ ଏ ସଂପର୍କରେ ସୋନା ମହାପାତ୍ର ପ୍ରଥମେ ମୁମ୍ବାଇ ପୋଲିସକୁ ଏକ ଚିଠି ଲେଖିଥିଲେ । ଏହା ପରେ ଧମକ ଦିଆଯାଇଥିବା ନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି । କିନ୍ତୁ ଏ ସଂପର୍କରେ ସୋନା ଏଫଆଇଆର ଦେଇନଥିବା ସ୍ପଷ୍ଟ କରିଛନ୍ତି ମୁମ୍ବାଇ ଜୋନ୍-୯ ଡିସିପି ପରମଜିତ୍ ସିଂହ ଦହିୟା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/02_1466512007_725x725.jpg)
/kanak/media/post_attachments/wp-content/uploads/2018/05/Sona-Mohapatra-300x150.jpg)
/kanak/media/post_attachments/wp-content/uploads/2018/05/Cover-Sona-Mohapatra-114-1-300x169.jpg)