କରୋନାକୁ ହରାଇଲେ ‘କନିକା’ : ଲଗାତାର ଦ୍ୱିତୀୟ ରିପୋର୍ଟ ନେଗେଟିଭ୍ ଆସିବା ପରେ ମେଡିକାଲରୁ ଡିସଚାର୍ଜ; ୧୪ ଦିନ ପୃଥକବାସରେ ରହିବାକୁ ନିର୍ଦ୍ଦେଶ

761

କନକ ବ୍ୟୁରୋ: ସିଙ୍ଗର କନିକା କପୁରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । କରୋନା ସହ ଲଢ଼େଇରେ ଜିତିଛନ୍ତି କନିକା । ୨୪ ଘଂଟା ଭିତରେ କନିକାଙ୍କ ନମୁନା ନେଗେଟିଭ ଆସିବା ପରେ ତାଙ୍କୁ ଡ଼ାକ୍ତରଖାନାରୁ ଡ଼ିସଚାର୍ଜ କରାଯାଇଛି । କରୋନା ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କୁ ଲକ୍ଷେ୍ନøର ସଂଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନିଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସରେ ଭର୍ତି କରାଯାଇଥିଲା । ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଡ଼ିସଚାର୍ଜ ହେବା ପରେ ୧୪ ଦିନ ପାଇଁ କ୍ୱାରେନଂଟାଇନରେ ରହିବାକୁ ତାଙ୍କୁ କୁହାଯାଇଛି ।

ଗତମାସରେ ବିଦେଶରୁ ଫେରିବା ପରେ କନିକା କପୁର ବିମାନବନ୍ଦରରେ ବିନା ଯାଂଚ କରି ଚାଲି ଯାଇଥିବା ଅଭିଯୋଗ ଆସିଥିଲା । ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କୁ ବହୁତ କଟାକ୍ଷ କରିଥିଲେ ଫ୍ୟାନ୍ସ । ହସ୍ପିଟାଲରେ ଭର୍ତି ହେବା ପରେ ଡ଼ାକ୍ତର ଧମାକାଉଥିବା କନିକା ଅଭିଯୋଗ ଆଣିଥିଲେ । ଡ଼ାକ୍ତରଙ୍କ ଅଭିଯୋଗ ଥିଲା ସେ ଚିକିତ୍ସାରେ ସହଯୋଗ କରୁ ନାହାନ୍ତି । ତେବେ ଶେଷରେ କରୋନା ସହ ଲଢ଼େଇରେ ଜିତିଛନ୍ତି ଗାୟିକା କନିକା କପୁର ।