କନକ ବ୍ୟୁରୋ: ବେବି ଡଲ୍ ଗୀତ ଗାଇ ଫେମସ୍ ହୋଇଥିବା କନିକା କପୁରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ପୁଣି ଥରେ ବଧୂ ବେଶ ସାଜିଛନ୍ତି କନିକା । ନିଜ ବନ୍ଧୁ ଗୌତମଙ୍କୁ ବିବାହ କରିଛନ୍ତି । ତାଙ୍କର ମେହେନ୍ଦୀ ତଥା ପ୍ରି ୱେଡିଙ୍ଗ ସେରିମନିର ଫଟୋ ସବୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତିନୋଟି ଛୁଆର ମା’ କନିକା ପୁଣି ଆରମ୍ଭ କରିଛନ୍ତି ନିଜ ବୈବାହିକ ଜୀବନ। ‘ବେବି ଡଲ୍’ ଫେମ୍ କନିକା କପୁରଙ୍କ ଦ୍ୱିତୀୟ ବିବାହକୁ ନେଇ ଏବେ ଚାଲିଛି ବି-ଟାଉନ୍ରେ ଚଜୋରସୋରରେ ଚର୍ଚ୍ଚା। କନିକା ତାଙ୍କ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ତଥା ଏନ୍ଆର୍ଆଇ ବିଜନେସ୍ମ୍ୟାନ୍ ଗୌତମଙ୍କୁ ବିବାହ କରିଛନ୍ତି । ଆଜି ଏ ଦୁହେଁ ହାତକୁ ଦି ହାତ ହୋଇଛନ୍ତି । ବିବାହ କରିବାକୁ କନିକା ୬ ମାସ ପୂର୍ବରୁ ପ୍ରସ୍ତୁତି ଚଳାଇଥିଲେ ବି କୌଣସି କାରଣରୁ ଏହାକୁ ସ୍ଥଗିତ ରଖିଥିଲେ ।
୧୮ ବର୍ଷ ବୟସରେ କନିକା ରାଜ ଚନ୍ଦୋକଙ୍କୁ ପ୍ରଥମ ବିବାହ କରିଥିଲେ। ରାଜ ମଧ୍ୟ ଏନ୍ଆର୍ଆଇ ବିଜନେସମ୍ୟାନ୍ ଥିଲେ। ବିବାହ ପରେ ଉର୍ଭଙ୍କ ତିନୋଟି ଛୁଆ ଅଛି। ଏହି ତିନି ଛୁଆଙ୍କ ନାଁ ଅୟାନା, ସମାରା ଓ ଯୁବରାଜ। ତେବେ ବିବାହର ୧୫ ବର୍ଷ ପରେ କନିକା ଏବଂ ରାଜ ୨୦୧୨ରେ ଅଲଗା ହୋଇଯାଇଥିଲେ।
ବଲିଉଡରେ କନିକାଙ୍କ ବେଶ୍ ନାଁ ରହିଛି। ସେ ଜଣାଶୁଣା ଗାୟିକାଙ୍କ ମଧ୍ୟରୁ ଜଣେ। ୨୦୧୨ରେ କନିକା ଯୁଗନୀ ଗୀତରୁ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଏହି ଗୀତକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ।