ଲଣ୍ଡନ୍ ସିଙ୍ଗରଙ୍କ ଦାବି: ‘ଏବେବି ପୃଥିବୀକୁ ଆସୁଛନ୍ତି ଆଲିଏନ୍ସ, ଦେଉଛନ୍ତି ନୂଆ ଜ୍ଞାନକୌଶଳ’

155
କନକ ବ୍ୟୁରୋ: ପୃଥିବୀକୁ ଅସୁଛନ୍ତି ଏଲିଅନ୍ସ । ଏ ବିଷୟରେ ସରକାର ସବୁ ଜାଣିଛନ୍ତି । ତାଙ୍କ ଠାରୁ ଗୁପ୍ତ ତଥ୍ୟ , ନୂଆ ଜ୍ଞାନକୌଶଳ ମଧ୍ୟ ନେଉଛନ୍ତି । ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଇଂଲଣ୍ଡର ଲୋକପ୍ରିୟ ସିଙ୍ଗର ସନ୍ ରାଇଡର୍  ।
ପୃଥିବୀରେ ବୁଲୁଛି ଉଡନ୍ତା ଥାଳିଆ । ଆସୁଛନ୍ତି ଅନ୍ୟ ଗ୍ରହର ଅଜବ ଜୀବ ଆଲିଏନ୍ସ । ଏସବୁ ଆପଣ କାହାଣୀରେ ଶୁଣିଥିବେ । କିନ୍ତୁ ଏହା କୌଣସି କାହାଣି ନୁହେଁ ବରଂ ସତ ବୋଲି କହିଛନ୍ତି ସନ୍ ରାଇଡର୍ । ସେ ନିଜେ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ବୋଲି ଅନ୍ତରାଷ୍ଟ୍ରିୟ ଗଣମାଧ୍ୟମ ଡେଲି ଷ୍ଟାରକୁ କହିଛନ୍ତି । ୧୯୭୮ ମସିହାରେ ତାଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା । ସେ ନିଜେ ଆକଶରେ ଆଲିଏନ୍ସ ମାନଙ୍କ ଯାନ ଉଡନ୍ତା ଥାଳିଆକୁ ଦେଖିଛନ୍ତି । ଏହି ଦୃଶ୍ୟ ତାଙ୍କ ଜୀବନକୁ ବଦଳାଇଦେଇଥିବା ସେ କହିଛନ୍ତି । ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଷ୍ଟିଫେନ୍ ହସ୍ନ୍ ସବୁବେଳେ କୁହନ୍ତି ଅଲୌକିକ ଲୋକଙ୍କ ସହ ସଂସ୍ପର୍ଶରେ ଆସିବା ଘାତକ ହୋଇପାରେ ଚିନ୍ତୁ ନିଜେ ଆଲିଏନ୍ସଙ୍କ ପ୍ରମାଣ ପାଇବା ପରେ ଏକଥାକୁ ହାସ୍ୟାସ୍ପଦ ବୋଲି କହିଛନ୍ତି ରାଇଡର ।
ସନ୍ ରାଇଡରଙ୍କ କହବକ ମୁତାବକ, ତାଙ୍କୁ ୧୫ ବର୍ଷ ବୟସ ହୋଇଥିବାବେଳେ ସେ ଏକ ବସ ଷ୍ଟପରେ ଅପେକ୍ଷା କରିଥିଲେ । ତାଙ୍କ ବିପରୀତ ରାସ୍ତାରେ ଆଉ ଜଣେ ସ୍କୁଲ ଛାତ୍ର ଛୀଡା ହୋଇଥିଲା । ହଠାତ ସେ ଦୁହେଁ ଆକାଶକୁ ଚାହିଁଥିଲେ । କାରଣ ଆକଶରେ ଅଠାତ୍ କିଛି ଗୋଯେ ଆଲୋକର ଆଭାସ ପାଇଥିଲେ । ହେଲେ ଯାହା ଦେଖିଲେ ତାଙ୍କ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ଆକାଶରେ ଉଡିଯାଇଥିଲା ଏକ ଗାଜୁଆର କାର ଭଳି ଏକ ଯାନ । କ୍ଷଣକରେ ତାହା ଉଭେଇ ଯାଇଥିଲା । ହେଲେ ସେ ଦିନର ଦୃଶ୍ୟ ଦେଖିବା ପରେ ଆଲିଏନ୍ସଙ୍କ ଉପରେ ତାଙ୍କର ପ୍ରବଳ ଜିଜ୍ଞାସା ତାଙ୍କୁ ଶେଷରେ ଏମାନଙ୍କ ଅସ୍ତିତ୍ୱ ବିଷୟରେ ନିଶ୍ଚିତ କରିପାରିଛି । ଏମାନେ ନିୟମିତ ଭାବେ ପୃଥିବୀ ପୃଷ୍ଠକୁ ଆସନ୍ତି । ଏମାନେ ଅତୀତ କାଳକୁ ମଧ୍ୟ ଯାଇପାରନ୍ତି । ଏମାନେ ଜେନେଟିକ୍ ଇଂଜିନୟରିଙ୍ଗ କ୍ଷେତ୍ରରେ ବେଶ ସଫଳ ବୋଲି ରାଇଡର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।