ଥାନାରେ ପହଞ୍ଚିିଲା କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି । ପତ୍ନୀ ଓ ମା’ଙ୍କୁ ବଡ଼ ଭାଇ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା ।

1,905

କନକ ବ୍ୟୁରୋ: ଥାନାରେ ପହଞ୍ଚିିଲା ଓଲିଉଡ୍ କଣଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି । ବଡ଼ ଭାଇ ପିଉସଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ବିଭୁକିଶୋରଙ୍କ ପତ୍ନୀ ତଥା ଅଭିନେତ୍ରୀ ରାକ୍ଷୀ ଦାସ । ଏହାସହ କଣ୍ଠଶିଳ୍ପୀ ପମି ମଧ୍ୟ ଖାରବେଳନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ମୁତାବକ, ବିଭୁକିଶୋରଙ୍କ ଘରେ ଭଡ଼ା ନେଇ ରହନ୍ତି ପମି । ହେଲେ ସେ ସିସିଟିଭି ଲଗାଉଥିବା ବେଳେ ଏହାକୁ ପିଉସ ବିରୋଧ କରିବା ସହ ମାଡ଼ମାରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏହାସହ ବିଭୁକିଶୋରଙ୍କ ପତ୍ନୀ ଓ ମାଆଙ୍କୁ ପିଉସ୍ ଅକ୍ରମଣ କରିଥିବା ଅଭିଯୋଗ ହୋଇଛି ।