ସିଂଗାପୁରରେ ସାଂଘାତିକ ରୂପ ଧାରଣ କରୁଛି କରୋନା । ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି

349

କନକ ବ୍ୟୁରୋ : କରୋନ ସଂକ୍ରମଣକୁ ନେଇ ଟିକେ ଆଶ୍ୱସ୍ତି ମିଳିଥିବା ବେଳେ ଏବେ କରୋନାର ଅନ୍ୟ ଏକ ଭାରିଆଣ୍ଟ ସିଂଗାପୁରରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ଏହାକୁ ନେଇ ଅନ୍ୟଦେଶମାନଙ୍କରେ ଆତଙ୍କ ଦେଖାଦେଇକ୍ତି । ସିଂଗାପୁରରେ ସ୍ଥିତି ସଂକଟ ଜନକ ଅବସ୍ଥାରେ ପହଂଚିଛି । ମେ’ ୫ ତାରିଖରୁ ୧୧ ତାରିଖ ମଧ୍ୟରେ ସିଂଗାପୁରରେ ୨୬ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସିଂଗାପୁର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଲୋକଙ୍କ ସତର୍କ ରହିବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।

ସିଂଗାପୁର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି, ଏଠାରେ କରୋନାର ଏକ ନୂଆ ଭାରିଆଣ୍ଟ ଦେଖିବାକୁ ମିଳିଛି । ଏହି ଭାରିଆଣ୍ଟ ଦୃତ ଗତିରେ ସଂକ୍ରମିତ କରୁଛି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସଂକ୍ରମଣ ଶୀଖରରେ ପହଂଚିପାରେ ବୋଲି ଅନୁମାନ କରାଯାଇଛି ।

ସିଂଗାପୁର ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି କି, ପୂର୍ବ ସପ୍ତାହରେ ୧୩ ହଜାର ୭ ଶହ ସଂକ୍ରମିତ ଚିହ୍ନଟ ହୋଇଥିଲେ । ହେଲେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ପାର ହୋଇଛି । ଦୈନିକ ୧୮୧ ରୁ ୨୫୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ମନ୍ତ୍ରଣାଳୟ କହିଛି ଯେ ହସ୍ପିଟାଲରେ ଶଯ୍ୟା କ୍ଷମତା ସଂରକ୍ଷଣ ପାଇଁ ନୂତନ ପଦକ୍ଷେପ ନିଆଯାଉଛି। ସରକାରୀ ଡାକ୍ତରଖାନାଗୁଡ଼ିକୁ ସେମାନଙ୍କର ଅଣ-ଜରୁରୀ ଇଲେକ୍ଟିଭ୍ ସର୍ଜରୀ ମାମଲା ହ୍ରାସ କରିବାକୁ ଏବଂ ଆକ୍ରାନ୍ତଙ୍କୁ ଉପଯୁକ୍ତ ପ୍ରଭାବଶାଳୀ ଚିକିତ୍ସା ପ୍ରଦାନ କରିବାକୁ କୁହାଯାଇଛି। ଘରେ ସାମାନ୍ୟ ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେବାକୁ ମଧ୍ୟ କୁହାଯାଇଛି।
୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଦୁର୍ବଳ ବ୍ୟକ୍ତିଙ୍କ ଯତ୍ନ ନେବାକୁ କୁହାଯାଇଛି।