କନକ ବ୍ୟୁରୋ: ସିଙ୍ଗାପୁରର ପ୍ରଧାମନମନ୍ତ୍ରୀ ଲି- ସିଏନ୍ ଲୁଙ୍ଗ୍ କହୁ କହୁ ଏପରି କିଛି କହିଦେଇଛନ୍ତି ଯାହାକୁ ନେଇ ତାତି ଉଠିଛି ଭାରତ । ସେଠିକାର ପାର୍ଲାମେଣ୍ଟରେ ଅପରାଧ ରେକର୍ଡ ବାବଦରେ ଏକ ଉଦବୋଧନ ଦେବାବେଳେ ଭାରତ ପ୍ରସଙ୍ଗ ଉଠାଇଥିଲେ ଲି –ସିଏନ୍ ଏବଂ କହିଥିଲେ ‘ ନେହେରୁଙ୍କ ଭାରତର ଅଧା ଏମପି ଦାଗୀ’ । ଏହାକୁ ଭାରତ ପକ୍ଷରୁ କଡା ନିନ୍ଦା କରାଯିବା ସହ ଭାରତରେ ଅବସ୍ଥାପିତ ସିଙ୍ଗାପୁରର ରାଷ୍ଟ୍ରଦୂତଙ୍କୁ ସମନ କରିଛି ଭାରତ ।

Advertisment

ଲି- ସିଏନ୍ ବୁଧବାର ପାର୍ଲାମେଣ୍ଟରେ ଉଦବୋଧନ ଦେବାବେଳେ ଗଣତନ୍ତ୍ର କିପରି କାର୍ଯ୍ୟ କରିବା ଉଚିତ ବୋଲି କହିବାକୁ ଯାଇ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନନ୍ତ୍ରୀ ଜବାହରଲାଲ ନେହେରୁଙ୍କ କଥା ଉଠାଇଥିଲେ । ସେ କହିଥିଲେ ଯେ, ଉଚ୍ଚ ଚିନ୍ତା ଧାରା ଓ ମହାନ୍ ମୂଲ୍ୟବୋଧ ଆଧାରରେ ଅଧିକାଂଶ ଦେଶ ପ୍ରତିଷ୍ଠା ହୋଇଥିଲା । ତେବେ ଧୀରେ ଧୀରେ ରାଜନୈତିକ ପରିବର୍ତ୍ତନ ଯୋଗୁଁ ସେହି ଚିନ୍ତାଧାରା ବଦଳିଗଲା । ଏବେ ଅଧିକାାଂଶ ରାଜନୈତିକ ବ୍ୟବସ୍ଥା ପ୍ରତିଷ୍ଠିତ ନେତାମାନଙ୍କ ସ୍ୱୀକୃତି ପାଇବା ଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି । ସେତେବେଳେର ନେତାମାନେ ଦୃଢ ଆତ୍ମବିଶ୍ୱାସ ସହ ଲଢି ଦେଶକୁ ସ୍ୱାଧୀନତା ଆଣିଥିଲେ । ସେମାନେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ । ଯାହାଙ୍କଠାରେ ଅଦମ୍ୟ ସାହାସ ତଥା ସାମର୍ଥ୍ୟ ଥିଲା । ସେମାନେ ଦେଶର ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ଜନନେତା ତଥା ରାଷ୍ଟ୍ରନେତାରେ ପରିଣତ ହୋଇô୍ଲେ । ଭାରତର ନେହେରୁ ସେମାନଙ୍କ ମଧ୍ୟରୁ ଅନ୍ୟତମ । ତେବେ ଗଣମାଧ୍ୟମ ରିପୋର୍ଟ ମୁତାବକ, ନେହେରୁଙ୍କ ଭାରତରେ ଲୋକସଭାରେ ଅଧା ଏମପି ଦାଗୀ ଥିଲେ । ସେମାନଙ୍କ ବିରୋଧରେ ବଳାକ୍ରାର, ହତ୍ୟା ଆଦି ଅପରାଧିକ ମାମଲା ବିଚରାଧୀନ ଥିଲା । ଯଦିଓ ସେଥିମଧ୍ୟରୁ ଅଧିକାଂଶ ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିବା କୁହାଯାଉଥିଲା ବୋଲି ସେ ପାର୍ଲାମେଣ୍ଟକୁ କହିଥିଲେ ।