ରେଭେନ୍ସାରୁ କାଲି ସଂଧ୍ୟାରେ ହଟିବ ସାଇନ୍-ଏ-ଡାଇ । ରେସିଡେନ୍ସିଆଲ କମିଟି ବୈଠକ ପରେ କୁଳପତି ଇଶାନ ପାତ୍ରଙ୍କ ସୂଚନା

ରେଭେନ୍ସାରୁ କାଲି ସଂଧ୍ୟାରେ ହଟିବ ସାଇନ୍-ଏ-ଡାଇ । ରେସିଡେନ୍ସିଆଲ କମିଟି ବୈଠକ ପରେ କୁଳପତି ଇଶାନ ପାତ୍ରଙ୍କ ସୂଚନା

କନକ ବ୍ୟୁରୋ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଯୋଗୁ ବୁଧବାର ଘୋଷଣା କରାଯାଇଥିବା ସାଇନ-ଏ-ଡାଏକୁ ଉଠାଇବା ନେଇ କୁଳପତି ପ୍ରଫେସର୍ ଇଶାନ ପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି। ଶନିବାର ଅପରାହ୍ନ ୫ଟା ପୂର୍ବରୁ ଏହି ସାଇନ-ଏ-ଡାଏ ଉଠାଯିବ ବୋଲି ସୂଚନା ରହିଛି। ଛାତ୍ର ଅଶାନ୍ତି ସମାଧାନ ନେଇ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରେସିଡେନ୍ସିଆଲ୍ ବୈଠକ ବସିଥିଲା। ସାଇନ-ଏ-ଡାଏ ବ୍ୟତୀତ ସ୍ଥଗିତ ରହିଥିବା ପରୀକ୍ଷା ସଂପର୍କରେ ମଧ୍ୟ ଆଲୋଚନା ହୋଇଯାଇଥିଲା ଏହି ବୈଠକରେ। ମେ ୧୭ରୁ ୨୦ ଭିତରେ ସବୁ ବିଭାଗର ପରୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ କୁଳପତି ଓ କୁଳସଚିବ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। କେବଳ ସେତିକି ନୁହେଁ, କଲେଜ ପରିସରରେ ରହିଥିବା ଅନେକ ସମସ୍ୟା ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବି ନେଇ ମଧ୍ୟ ଆଲୋଚନା ହୋଇଯାଇଛି।

publive-image

ଉଲ୍ଲେଖଯୋଗ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଯୋଗୁଁ କର୍ତ୍ତୃପକ୍ଷ ବୁଧବାର ସାଇନ୍-ଏ-ଡାଏ ଘୋଷଣା କରିଥିଲେ। ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲକୁ ଖାଲି କରିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଶ୍ୱବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଚାଲିଥିବା ବେଳେ ସମସ୍ତ ପରୀକ୍ଷାକୁ ବାତିଲ କରିଯାଇଥିଲା। ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠନ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ କାର୍ୟ୍ୟାଳୟ ସମ୍ମୁଖରେ ମଧ୍ୟାହ୍ନ ୧୨ଟାରୁ ଧାରଣା ଦିଆଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ତାଙ୍କ ଜିଦ୍ରେ ଅଟଳ ରହି କୁଳପତିଙ୍କୁ ଘେରାଉ କରି ରଖିଥିଲେ। ଛାତ୍ରଛାତ୍ରୀ ଧାରଣା ଜାରି ରଖିଥିବା ବେଳେ କର୍ତ୍ତୃପକ୍ଷ ରାତି ୧୦ଟାରେ ସାଇନ୍-ଏ-ଡାଏ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe