କନକ ବ୍ୟୁରୋ : ଉରି ଆକ୍ରମଣ ପରଠାରୁ ପାକିସ୍ତାନକୁ ନେଇ ଭାରତ ଲଗାତାର କଠୋର ଆଭିମୁଖ୍ୟ ଗ୍ରହଣ କରି ଆସୁଛି । ଶନିବାର କୋଝିକୋଡରେ ପାକିସ୍ତାନକୁ କଡା ଶବ୍ଦରେ ଭର୍ତ୍ସନା କରିବା ପରେ ସିନ୍ଧୁସନ୍ଧି ଉପରେ ବିଚାର କରିବାକୁ ପ୍ରଧାନମନ୍ତ୍ରୀ ବୈଠକ ଡାକିଛନ୍ତି । ଆଜି ୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସିନ୍ଧୁ ଜଳଚୁକ୍ତିର ପ୍ରଥମ ଥର ପାଇଁ ପୁର୍ନବିଚାର ହେବ ।
ପୂର୍ବରୁ ଜଳସଂପଦ ମନ୍ତ୍ରାଳୟ ଏନେଇ ବୈଠକ କରି ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଇସାରିଛି । ତେଣୁ ଆଜିର ବୈଠକରେ ସିନ୍ଧୁସନ୍ଧିର ହାନି ଲାଭ ଉପରେ ବିଚାର କରାଯିବ । ସିନ୍ଧୁ ଜଳ ଚୁକ୍ତି ଅନୁସାରେ ସିନ୍ଧୁ, ଚେନାବ, ଓ ଝେଲମ ନଦୀର ପାଣି ପାକିସ୍ତାନ ପାଇଥାଏ । ଭାରତର ବହୁଥିବା ନଦୀ ଜଳରେ ପାକିସ୍ତାନର ଅଧା ଅଂଚଳ ଜଳ ସେଚିତ ହୋଇଥାଏ । ଯଦି ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ କରେ, ତେବେ ପାକିସ୍ତାନର ଅଧା ଅଂଚଳ ମରୁଭୂମି ପାଲଟି ଯିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-26-08h40m34s333.png)