କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆସିଛି ନିରାଶାର ଖବର । ଆଜି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଛନ୍ତି ପିଭି ସିନ୍ଧୁ । ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ ।
ଆଜି ଖେଳାଯାଇଥିବା ଦମଦାର ସେମିଫାଇନାଲ୍ ଟକ୍କରରେ ପ୍ରଥମରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ସିନ୍ଧୁ । ପ୍ରଥମ ସେଟରେ ଆଗୁଆ ୧୮ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଶେଷରେ ଚମତ୍କାର ପ୍ରଦର୍ଶନ କରି ଜିତିନେଇଥିଲେ ଚୀନର ତାଇ ଜୁ-ୟିଙ୍ଗ । ୧୮-୨୧, ୧୧-୨୧ ଦୁଇଟି ସେଟରେ ପରାଜୟ ହୋଇଛନ୍ତି ସିନ୍ଧୁ । ତଥାପି ପଦକ ଆଶା ମଉଳିନାହିଁ । ସେମିଫାଇନାଲରେ ହାରିବା ପରେ ଏବେ ବ୍ରୋଞ୍ଜ ପଦକ ପାଇଁ ଲଢିବେ ପିଭି ସିନ୍ଧୁ ।
ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଗତକାଲି ଚମତ୍କାର ପ୍ରଦର୍ଶନ କରି ଏକକ ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କରିଥିଲେ । ଫର୍ମରେ ଥିବା ସିନ୍ଧୁୁ ୪ ନମ୍ବର ର୍ୟାଙ୍କିଙ୍ଗରେ ଥିବା ଜାପାନର ୟାମାଗୁଚିଙ୍କୁ ହରାଇଥିଲେ । କ୍ୱାଟର ଫାଇନାଲ ମ୍ୟାଚରେ ୨୧-୧୩ ଏବଂ ୨୨-୨୦ରେ ମ୍ୟାଚ ଜିତି ସେମିଫାଇନାଲକୁ ଯାଇଥିଲେ ସିନ୍ଧୁ । ୫୬ ମିନିଟରେ ପିଭି ସିନ୍ଧୁ ପ୍ରତିପକ୍ଷକୁ ମାତ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/13-30.jpg)