କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଆସିଛି ରୋଚକ ତଥ୍ୟ । ୨୦୧୪, ଯେବେଠୁ ସେ ପ୍ରଧାନମନ୍ତ୍ରୀ ପଦରେ ବସିଛନ୍ତି ସେବେଠୁ ଗୋଟିଏ ଦିନ ମଧ୍ୟ ଛୁଟି ନେଇ ନାହାଁନ୍ତି ମୋଦୀ । ଦୀର୍ଘ ୯ବର୍ଷର ଶାସନକାଳରେ ମୋଦୀ ନିରନ୍ତର କାମ କରୁଛନ୍ତି । ଏହି ତଥ୍ୟ ଆରଟିଆଇ ରିପୋର୍ଟରୁ ଜଣାପଡିଛି । ପୁଣେର ନାଗରିକ ଅଧିକାର କର୍ମୀ ପ୍ରଫୁଲ ଶାରଦା ପ୍ରଧାନମନ୍ତ୍ରୀଙ୍କ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ସର୍ମ୍ପକରେ ଆରଟିଆଇରେ ବିବରଣୀ ମାଗିଥିଲେ । ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା ଭାବେ ମୋଦୀଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଦେଶ ବିଦେଶରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ କେବେ କାମ ଛୁଟି ନେଇଛନ୍ତି କି ନାହିଁ ଏନେଇ ଲୋକଙ୍କ ମଧ୍ୟରେ କୌତୁହଳ ରହିଆସିଛି ।