ଭିଜିଲାନ୍ସ ଜାଲରେ ପାଲଲହଡ଼ା ବିଇଓ ଅଫିସର ଜେଇ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ, ପ୍ରସନ୍ନ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ଜାଲରେ ପାଲଲହଡ଼ା ବିଇଓ ଅଫିସର ଜେଇ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ, ପ୍ରସନ୍ନ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ । ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ କାର୍ଯ୍ୟଳୟର ଯନ୍ତ୍ରୀ ପ୍ରସନ୍ନ ପାଣିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ଚଢାଉ କରୁଛନ୍ତି । ପ୍ରସନ୍ନ ପାଣିଙ୍କ ଅନୁୁଗୁଳ ସ୍ଥିତ ବାସଭବନ, ଭୁବନେଶ୍ୱର ଓ ଖୋର୍ଦ୍ଧା ସମେତ ମୋଟ ୯ଟି ସ୍ଥାନରେ ଚଢାଉ ଚାଲିଛି । ୬ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ରେଡ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରସନ୍ନ ପାଣିଙ୍କ ବାସଭବନରୁ କୋଟିଏରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଠାବ ହୋଇଥିବା ସୂଚନା ମିଳିଛି ।

ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଯନ୍ତ୍ରୀ ଥିବା ପ୍ରସନ୍ନଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି । ମୂଲ୍ୟବାନ ଅଳଙ୍କାର ସହ ଜରୁରୀ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ତ୍ରିଲୋଚନ ବିହାରରେ ଦୁଇଟି ତିନି ମହଲା କୋଠା, ସୁନ୍ଦରପଦା ଫ୍ରେଣ୍ଡସ କ୍ଲବ ନିକଟରେ ଗୋଟିଏ ୩ ମହଲା କୋଠା ଠାବ କରିଛି ଭିଜିଲାନ୍ସ । ଏହାଛଡା ହାଇଟେକ ପ୍ଲାଜାରେ ଗୋଟିଏ ଫ୍ଲାଟ, ପୁରୀ ଜିଲ୍ଲା ନିମାପଡା ନିକଟ ଅମଲାପଡାରେ ଗୋଟିଏ ୩ ମହଲା କୋଠା ଠାବ ହୋଇଛି । ଅନ୍ୟପଟେ ଅନୁଗୁଳ ଜିଲ୍ଲା ପାଲଲହଡା କେନାଲ ରୋଡର ଭଡା ଘର, ସୁନ୍ଦରପଦାରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe