କନକ ବ୍ୟୁରୋ: ନିକଟରେ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଦିଲ୍ଲୀରେ ଥିବା ବାଂଲାଦେଶ ପୂର୍ବ ପ୍ରଧାନମନ୍ରୀକଟ ଶେଖ ହସିନା ଆମେରିକା ଉପରେ ସଙ୍ଗୀନ ଅଭିଯୋଗ ଆଣିଥିବା ରିପୋର୍ଟରେ ଦାବି କରାଯାଇଥିଲା । ହସିନା କହିଥିଲେ ବାଂଲାଦେଶରେ ଯେଉଁ ସ୍ଥିତି ଉପୁଜିଛି ତା’ ପଛରେ ଆମେରିକାର ହାତ ରହିଛି । ବାଂଲାଦେଶର ସେଣ୍ଟ୍ ମାର୍ଟିନ ଦ୍ୱୀପ ନେବାକୁ ଜିଦ ଧରିଥିଲା ଆମେରିକା । ଆଉ ଏହା ନମିଳିବାରୁ ଷଡ଼ଯନ୍ତ୍ର ରଚି ଦେଶରେ ହିଂସା ସୃଷ୍ଟି କରିଛି । ଦେଶ ଛାଡିବା ପୂର୍ବରୁ ଦେଶବାସୀଙ୍କୁ ଅବଗତ କରାଇବାକୁ ଚାହୁଁଥିଲେ କିନ୍ତୁ ସମ୍ଭବପର ହୋଇନଥିଲା । ଏବେ ଏହି ଅଭିଯୋଗକୁ ମିଛ ଓ ଭିତ୍ତିହୀନ ବୋଲି କହିଛି ଆମେରିକା ।

  • ବାଂଲାଦେଶ ହିଂସା, ମୁହଁ ଖୋଲିଲା ଆମେରିକା
  • ‘ରାଜନୈତିକ ଅସ୍ଥିରତା ପଛରେ ଆମ ହାତନାହିଁ’

ଆମେରିକା କହିଛି ଯେ, ଜନତା ଚାହୁଁନଥିଲେ ତେଣୁ ହସିନାଙ୍କୁ ଶାସନଗାଦିରୁ ହଟାଇଲେ । ଏଥିରେ ଆମେରିକାର କୌଣସି ଭୂମିକା ନାହିଁ । ହ୍ୱାଇଟ ହାଉସ ପ୍ରେସ୍ ସଚିବ କେରିନ ଜିନ ପିୟରଙ୍କ ପକ୍ଷରୁ ଏହି ବିବୃତି ଜାରି କରାଯାଇଛି ।

  • ଅନ୍ତରୀଣ ସରକାରଙ୍କ ବଡ଼ ବୟାନ
  • ହସିନାଙ୍କୁ ରାକ୍ଷାସୀ କହିଲେ ୟୁନୁସ୍

ବାଂଲାଦେଶ ରାଜନୈତିକ ଅସ୍ଥିରତା ଓ ହିଂସା ଭିତରେ ଅନ୍ତରୀଣ ସରକାରଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି । ୟୁନୁସ ମହମ୍ମଦ ହସିନାଙ୍କୁ ରାକ୍ଷାସୀ କହିବା ସହ ଛାତ୍ର ସଂଗଠନ ବିପ୍ଲବକୁ ପ୍ରଂଶସା କରିଛନ୍ତି । ଏଥିସହ ୟୁନୁସ କହିଛନ୍ତି ଯଦି ହସିନା ବାଂଲାଦେଶ ଫେରନ୍ତି କୌଣସି ସମସ୍ୟା ନାହିଁ କିନ୍ତୁ ଯଦି କୌଣସି ଅଶାନ୍ତ ମାହୋଲ ସୃଷ୍ଟି ହୁଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର।

  • ହିନ୍ଦୁବାସିନ୍ଦାଙ୍କୁ ଭେଟିଲେ ୟୁନୁସ
  • ମନ୍ଦିର ଗଲେ, ସ୍ଥିତି ପରଖିଲେ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଛି ।ଏହା ଭିତରେ ମଙ୍ଗଳବାର ମନ୍ଦିରରେ ପହଞ୍ଚିଛନ୍ତି ଅନ୍ତରୀଣ ସରକାରଙ୍କ ମୁଖ୍ୟ ପ୍ରଫେସର ମହମ୍ମଦ ୟୁନୁସ । ଢ଼ାକାଶ୍ୱେରୀ ମନ୍ଦିରରେ ପହଞ୍ଚି ସଂଖ୍ୟାଲଘୁଙ୍କୁ ସୁରକ୍ଷା ଆଶ୍ୱାସନା ଦେଇଛନ୍ତି ଓ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

  • ହସିନାଙ୍କ ନାଁରେ ହତ୍ୟା ମାମଲା ରୁଜୁ
  • ଦେଶକୁ ଫେରିବା କଷ୍ଟ ହୋଇପାରେ

ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନାଁରେ ହତ୍ୟା ମାମଲା ରୁଜୁ ହେଇଛି । ହସିନାଙ୍କ ସମତେ ଅନ୍ୟ ୬ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ଜଣେ ହିଂସାରେ ମୃତ୍ୟୁ ବରଣ କରିଥିବା ଜଣେ ଦୋକାନୀଙ୍କ ପରିବାର ଏହି ମାମଲା ରୁଜୁ କରିଛନ୍ତି । ଅବୁ ସଇଦ ନାମକ ଜଣେ ବ୍ୟକ୍ତିଙ୍କୁ ହିଂସା ସମୟରେ ପୁଲିସ ଗୁଳିମାଡ଼ କରି ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ଧାରା ୭୬ରେ ହସିନାଙ୍କ ନାଁରେ ମାମଲା ରୁଜୁ ହୋଇଛି ।