କୋଟିପତି ହେବାକୁ ସମସ୍ତଙ୍କର ଇଚ୍ଛା ଥାଏ । ବଡଲୋକ ହେବା ପାଇଁ ସମସ୍ତେ ସ୍ୱପ୍ନ ଦେଖିଆନ୍ତି । କିନ୍ତୁ କିଛି ଲୋକ ହିଁ ବଡଲୋକ ହେବାର ସୁଯୋଗ ପାଇଥାନ୍ତି । ପ୍ରକୃତ କଥା ହେଉଛି ଆଜିକାଲି ଯୁବପିଢି ମାନଙ୍କ ପାଖରେ ଫାଇନାନ୍ସିଆଲ ମାମଲାକୁ ନେଇ ଠିକ ତଥ୍ୟ ନଥାଏ । ସେମାନେ ଠିକ ସମୟରେ ଠିକ ଭାବରେ ନିଜର ଟଙ୍କାକୁ ଉପଯୋଗ କରିପାରନ୍ତି ନାହିଁ କିମ୍ବା ଠିକ ଜାଗାରେ ଟଙ୍କାକୁ ଇନଭେଷ୍ଟ କରି ପାରନ୍ତି ନାହିଁ ତେଣୁ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯଦି ଯୁବପିଢି ମାନେ ଚାକିରି ପାଇବାର ପ୍ରଥମ ଦିନରୁ ସଞ୍ଚୟ କରିବାର ଅଭ୍ୟାସ କରିବେ ତେବେ କିଛି ବର୍ଷ ମଧ୍ୟରେ ବଡଲୋକ ହେବାର ସ୍ୱପ୍ନକୁ ପୁରା କରିପାରିବେ । କିନ୍ତୁ ବେଳେ ବେଳେ ଏପରି ମଧ୍ୟ ଦେଖାଯାଇଥାଏ କିଛି ଯୁବକ ବିଳମ୍ବରେ ଚାକିରି କରିଥାନ୍ତି କିମ୍ବା ଆଉ କେତେକ କ୍ଷେତ୍ରରେ ଟଙ୍କା ସଞ୍ଚୟ କରିବା କଥା ଭାବିଲା ବେଳକୁ ତାଙ୍କୁ ପ୍ରାୟତଃ ୩୦ ବର୍ଷ ବୟସ ହୋଇଯାଇଥାଏ । ଯଦି ଆପଣ ଏପରି ପରିସ୍ଥିିତିରେ ଆସି ପହଞ୍ଚିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ ଏଠାରେ ଦିଆଯାଇଥିବା ଟିପ୍ସକୁ ଅନୁସରଣ କରି କୋଟିପତି ହୋଇପାରିବେ ।
ଯଦି ଆପଣଙ୍କ ବୟସ ୩୦ ବର୍ଷ କିମ୍ବା ଆପଣ ୩୦ ବର୍ଷର ଆଖପାଖରେ ପହଞ୍ଚିଗଲେଣି ତେବେ ଆପଣଙ୍କୁ ପ୍ରତିଦିନ ୯୫ ଟଙ୍କା ବଞ୍ଚାଇବାକୁ ପଡିବ । କାରଣ ବୟସ ବଢିବା ସଙ୍ଗେ ସଙ୍ଗେ ସଞ୍ଚୟ କରିବା ମଧ୍ୟ ଧିରେ ଧିରେ କମ ହୋଇଯାଇଥାଏ । ତେଣୁ ଯଦି ଆପଣ ପ୍ରତିଦିନ ୯୫ ଟଙ୍କା ସଞ୍ଚୟ କରିବେ ଏବଂ ଏହି ଅଭ୍ୟାସକୁ ଜାରି ରଖିବେ ତେବେ ବର୍ଷ ଶେଷରେ ୧୨.୫ ପ୍ରତିଶତ ଅନୁମାନିକ ରିଟନ୍ସ ହିସାବରେ ଆପଣଙ୍କୁ ୬୦ ବର୍ଷ ହେବା ବେଳକୁ ଆପଣ କୋଟିପତି ହୋଇଯାଇଥିବେ । ସେହି ହିସାବରେ ଯଦି ଆପଣଙ୍କୁ ୨୦ ବର୍ଷ ତେବେ ଆପଣ ପ୍ରତିଦିନ ୩୦ ଟଙ୍କା ଲେଖା ଜମା କରିପାରିବେ ।
ସିଷ୍ଟମେଟିକ ଇନଭେଷ୍ଟ ପ୍ଲାନ ଅନୁସାରେ , ଆପଣ ଡାଇବର୍ସିଫାଇଡ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ଆରମ୍ଭ କରିଦେବା ଉଚିତ । ଯଦି ଆପଣଙ୍କୁ ୩୦ ବର୍ଷ ହୋଇଗଲାଣି ତେବେ ୯୫ ଟଙ୍କା ପ୍ରତିଦିନ ଜମା କରିଲେ ମାସକୁ ୨୮୫୦ ଟଙ୍କା ଫଣ୍ଡରେ ଜମା କରିପାରିବେ । ଯଦି ଏହିଭଳି ଭାବରେ ପ୍ରତି ମାସରେ ୨୮୫୦ ଟଙ୍କା ଜମା କରିବେ ଏବଂ ବର୍ଷକୁ ଯେଉଁ ୧୨.୫ ପ୍ରତିଶତ ରିଟନ୍ସ ମିଳିବ ତାହାକୁ ଆକଳନ କରାଗଲେ ଆପଣଙ୍କୁ ୬୦ ବର୍ଷ ହେଲା ବେଳକୁ ଆପଣଙ୍କ ଜମା ରାଶି ପ୍ରାୟ ୧,୦୧,୫୫,୧୬୦ ଟଙ୍କା ହୋଇଥିବ । ତେବେ ଡେରି ନକରି ଏହି ଟିପ୍ସକୁ ଆପଣାନ୍ତୁ ଏବଂ କୋଟିପତି ହେବାର ସୁଯୋଗ ପାଆନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/thumb2.jpg)
/kanak/media/post_attachments/wp-content/uploads/2018/05/bloghost-incomemodels-300x110.png)
/kanak/media/post_attachments/wp-content/uploads/2018/05/growth-of-money-market-in-india-300x166.png)