ଆପଣ ଖାଉଥିବା ଆଣ୍ଟି-ବାୟୋଟିକ୍ ନକଲି ନୁହଁ ତ ? ଏଭଳି ଉପାୟରେ ଗୋଟିଏ ମିନିଟରେ ସତ କ’ଣ ଜାଣନ୍ତୁ ।

81

ବୈଜ୍ଞାନିକମାନେ ଆଣ୍ଟି-ବାୟୋଟିକ୍ ଔଷଧର ପ୍ରମାଣ ଜାଞ୍ଚ୍ କରିବା ପାଇଁ ଏଭଳି ଏକ ସରଳ ଜାଞ୍ଚ୍ ପ୍ରକ୍ରିୟା ବାହାର କରିଛନ୍ତି ଯେଉଁଥିରେ କିଛି ମିନିଟ୍ ବ୍ୟବଧାନରେ ହିଁ ଆପଣ ଏହା ଅସଲି କି ନକଲି ତାହା ଜାଣିପାରିବେ । ତେବେ ଗୋଟିଏ ପେପର୍ ସାହାର୍ଯ୍ୟରେ ଆପଣ ଏହି ଜାଞ୍ଚ୍ ପ୍ରକ୍ରିୟା ଆରମ୍ଭ କରିପାରିବେ । ଯଦି ଔଷଧ ନକଲି ହୋଇଥିବ ତାହେଲେ ପେପରରେ ଆଣ୍ଟି-ବାୟୋଟିକ୍ ରଖିବା ମାତ୍ରେ ପେପର ଲାଲ୍ ହୋଇଯିବ ।

ବିକାଶଶୀଳ ଦେଶମାନଙ୍କରେ ନିମ୍ନମାନର ଔଷଧ ଏବଂ ଏହି ଔଷଧମାନଙ୍କର ବିକ୍ରି ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁସାରେ ଦୁନିଆରେ ୫୦ ପ୍ରତିଶତ ଔଷଧ ନକଲି ହୋଇଥିବାବେଳେ ଏଥିମଧ୍ୟରୁ ୪୦ ପ୍ରତଶତ ଆଣ୍ଟି-ବାୟୋଟିକ୍ ହୋଇଥାଏ ।

ନକଲି ଆଣ୍ଟି-ବାୟୋଟିକ୍ ଔଷଧରେ ନା କେବଳ ରୋଗୀ ଜୀବନ ପ୍ରତି ବିପଦ ଥାଏ ବରଂ ଦୁନିଆରେ ଆଣ୍ଟି-ମାଇକ୍ରୋବିୟଲ୍ ପ୍ରତିରୋଧର ସମସ୍ୟା ମଧ୍ୟ ଦେଖାଯାଏ । ତେବେ ଅନୁସନ୍ଧାନକର୍ତ୍ତା କାଗଜ ମାଧ୍ୟମରେ ଏହାର ସମାଧାନ ବାହାର କରିଛନ୍ତି । ଏହି ଜାଞ୍ଚ୍ ରୁ ଜଣାପଡିବ ଯେ ଔଷଧ ଅସଲି କି ନକଲି କିମ୍ବା ଏଥିରେ ବେକିଙ୍ଗ୍ ସୋଡା ମିିଶିଛି କି ନାହିଁ ସେ ବିଷୟରେ ମଧ୍ୟ ଜଣାପଡିଯିବ ।