ଖୋଲିଲା ଶିମିଳିପାଳ: କୋଭିଡ କଟକଣା ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ ପର୍ଯ୍ୟଟକ; ଅଗ୍ରୀମ ଆରକ୍ଷଣ ଜରୁରୀ, ଗାଇଡକୁ ସାଥୀରେ ନେବା ବାଧ୍ୟତାମୂଳକ

170

କନକ ବ୍ୟୁରୋ: ଦୀର୍ଘ ୭ମାସ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । କୋଭିଡ଼ କଟକଣା ଯୋଗୁଁ ପର୍ଯ୍ୟଟକଙ୍କୁ ସମ୍ପୁର୍ଣ୍ଣ ବାରଣ ଥିଲା ଅଭରଣ୍ୟକୁ ଯିବାକୁ । ଏବେ ଅଭୟାରଣ୍ୟ ଖୋଲିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏବେ କୋଭିଓ କଟକଣାର ସମସ୍ତ ନିୟମ ମାନି ପୁଣି ଥରେ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ସମସ୍ତ ଗାଇଡ଼ ଲାଇନ ପାଳନ ସହ ଅଭୟାରଣ୍ୟକୁ ସ୍ୱର୍ଚ୍ଛ ରଖିବା ପାଇଁ ବିଭିନ୍ନ କଟକଣା ଜାରି କରାଯାଇଛି । ସାଙ୍ଗରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ ଓ ଆମିଂଷ ନେବାକୁ ବାରଣ କରାଯାଇଛି ।