ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ 

130

କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ଯଶୀପୁର ପଟୁ କଳିଆଣି ଓ ବାରିପଦା ପଟୁ ପିଠାବଟା ଦେଇ ଥିବା ଦୁଇଟି ତନଖି ଫାଟକ ଦ୍ୱାରା ଶିମିଳିପାଳ ଭିତରକୁ ଯାଇପାରିବେ । ସେହିପରି ରାତ୍ରିଯାପନ ପାଇଁ ଇଚ୍ଛୁକ ପର୍ଯ୍ୟଟକମାନେ ଅନଲାଇନ୍ ମାଧ୍ୟମରେ ବୁକିଂ କରିପାରିବେ ।

କରୋନା ପରବତ୍ତୀ ସମୟରେ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତ ବର୍ଷ ଜଙ୍ଗଲ ସଫାରୀ ଓ ମାଉଟେଂନ୍ ସାଇକେଲିଂ ଭଳି ନୂଆ କ୍ରୀଡ଼ା ସାମିଲ କରିଛନ୍ତି । ପର୍ଯ୍ୟଟକଙ୍କ ପାଇଁ କରୋନା କଟକଣାର ସବୁ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି । ଶିମିଳିପାଳକୁ ଜିରୋ ପ୍ଲାଷ୍ଟିକ ଜୋନ୍ କରିବା ପାଇଁ ପର୍ଯ୍ୟଟକଙ୍କୁ କୌଣସି ପ୍ଲାଷ୍ଟିକ ଉପକରଣ, ପଲିଥିନ୍ କିମ୍ବା ପାଣି ବୋତଲ ନେଇ ଭିତରକୁ ପ୍ରବେଶ କରିବା ଉପରେ କଟକଣା ଜାରି କରାଯାଇଛି ।