ପଶ୍ଚିମା ଝଡ ଯୋଗୁଁ ବର୍ଷା ଦେଲା ଖୁସି : ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଆଶ୍ୱସ୍ତି ଅନୁଭବ କଲେ ବନକର୍ମଚାରୀ, କଲେ ଭିଡିଓ ସେୟାର

114

କନକ ବ୍ୟୁରୋ: ବର୍ଷାକୁ ଦେଖି ଖୁସିରେ ଆତ୍ମହରା ହେଲେ ବନ କର୍ମଚାରୀ । ଶିମିଳିପାଳରେ ଦୀର୍ଘ ଦିନ ପରେ ବର୍ଷା ହେବାରୁ ବନ କର୍ମଚାରୀ ଖୁସି ହୋଇ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବନ କର୍ମଚାରୀ ଜଣକ ହେଉଛନ୍ତି ବାଙ୍ଗିରିପୋଷି ରେଞ୍ଜ ରଙ୍ଗାମାଟିଆ ବିଟ୍ରେ କାର୍ଯ୍ୟରତ ଥିବା ସାମାୟ ସୋରେନ । ଜଙ୍ଗଲରେ ନିଆଁ ଲାଗିବା ଫଳରେ ସେ ଦୀର୍ଘ ଦିନ ହେବ ଘରକୁ ଯାଇ ନଥିଲେ । ଏବେ ବର୍ଷା ହେବାରୁ ଛୁଟି ନେଇ ଘରକୁ ଯାଇପାରିବେ ବୋଲି ଖୁବ୍ ଖୁସି ଅଛନ୍ତି । ଶିମିଳିପାଳରେ ବର୍ଷା ହୋଇ ନିଆଁ ସମ୍ପୂର୍ଣ୍ଣ ଲିଭିଯାଇଥିବାରୁ ଖୁବ ଖୁସି ହୋଇ ସାମାୟ ସୋରେନ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖୁସିରେ ବନ କର୍ମଚାରୀ ଜଣକ ବର୍ଷାରେ ଭିଜି ଭିଜି ମୋବାଇରେ ଭିଡ଼ିଓ କରି ସେୟାର କରିଛନ୍ତି ।

ସୂଚନା ଅନୁସାରେ, ଆଜି ଉପକୂଳ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ତଥ ସଂଲଗ୍ନ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଭ ବିଭାଗ ଆକଳନ କରିଛି । ବିଶେଷକରି ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଅନୁଗୁଳ ଆଦି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ଝଡବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଭ ବିଭାଗ । ଏଥିପାଇଁ ଏସବୁ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।