କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିଲେ ବିଜେପି ସାଂସଦ : ଜଙ୍ଗଲ ଜଳିବା ପ୍ରସଙ୍ଗରେ ଆପତ୍ତି ଜଣାଇଲେ ରାଜ୍ୟ ବିଜେପିର ସଂସଦୀୟ ପ୍ରତିନିଧି ଦଳ

ଅନୁଧ୍ୟାନ ପାଇଁ ଖୁବଶୀଘ୍ର କେନ୍ଦ୍ରୀୟ ଟିମ୍ ପଠାଇବାକୁ ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ

116

କନକ ବ୍ୟୁରୋ : ଦିଲ୍ଲୀ ଦରବାରରେ ଉଠିଲା ଓଡ଼ିଶାରେ ଜଙ୍ଗଲ ଜଳିବା ପ୍ରସଙ୍ଗ । ସମସ୍ୟାକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡ଼ିଶା ନେତା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ଼କରଙ୍କୁ ଭେଟି ଆପତି ଜଣାଇଛନ୍ତି । ତେବେ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଟିମ୍ ପଠାଇବାକୁ ରାଜ୍ୟ ନେତାମାନେ ଦାବି କରିଥିଲେ । ଏନେଇ ପଦକ୍ଷେପ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେପଟେ କାମ୍ପା ଫଣ୍ଡରେ ରାଜ୍ୟ ବନିକରଣ ପାଇଁ ୬ହଜାର କୋଟି ଟଙ୍କା ଦିଆଯାଇଥିଲା । ହେଲେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିଜେପି ସାଂସଦ ସୁରେଶ ପୁଜାରୀ । ଏହାର ତଦନ୍ତ କରାଯାଉ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡିଶାରେ ଜଙ୍ଗଲ ନିଆଁକୁ ଲିଭାଇବା, ଜଙ୍ଗଲ ଜମି, ଫ୍ଲୋରା ଏବଂ ଫୋନାର କ୍ଷୟକ୍ଷତିର ଆକଳନ କରିବା । ଜଙ୍ଗଲ ଉପରେ ନିଜର ଜୀବନଜୀବିକା ପାଇଁ ନିର୍ଭର କରୁଥିବା ସମୁଦାୟଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ମନ୍ତ୍ରଣାଳୟର ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ସହ ବୈଠକ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ସହଯୋଗ ପାଇଁ ଜଣାଇଛନ୍ତି ।