ନିୟନ୍ତ୍ରଣକୁ ଆସିଲା ରାଜ୍ୟର ଜଙ୍ଗଲର ନିଆଁ । ଶିମିଳିପାଳରେ ସଂପୂର୍ଣ୍ଣ ହ୍ରାସ ପାଇଛି ନିଆଁ ଲିଭା କାର୍ଯ୍ୟ, ପ୍ରେସ୍ ଇସ୍ତାହାର ଜରିଆରେ ସୂଚନା ଦେଲେ ଟାସ୍କ ଫୋର୍ସ

57

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଁ ନିୟନ୍ତ୍ରଣ ପାଇଁ ନିଆ ଯାଇଥିବା ପଦକ୍ଷେପକୁ ବଡ଼ ଧରଣର ସଫଳତା ମିଳିଛି । ରାଜ୍ୟରେ ଜଙ୍ଗଲ ନିଆଁ ପରିସ୍ଥିତିକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଛି ବୋଲି ଟାସ୍କ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି । ଶିମିଳିପାଳ ଜଙ୍ଗଲର ନିଆଁକୁ ଆୟାତ କରାଯାଇଛି । 

ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଂଟର ହାଇଦ୍ରାବାଦର ରିପୋର୍ଟ ଅନୁସାରେ, ଶିମିଳିପାଳ ଜଙ୍ଗଲରେ ନିଆଁ ନିୟନ୍ତ୍ରଣକୁ ଆସିଛି । ସେହିପରି ଏଫଏସଆଇ ଡେରାଡୁନ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ୭୦୧ଟି ଜଙ୍ଗଲ ଆଲର୍ଟ ସ୍ଥିତିରେ ଥିଲା । କିନ୍ତୁ ଗତକାଲି ଏହା ୩୪୧ଟି ସ୍ଥାନ ସତର୍କତାରେ ଥିବା କୁହାଯାଇଛି  । ଶିମିଳିପାଳରେ କେବଳ ୪ଟି ଫାୟର ଆଲର୍ଟ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଟାସ୍କ ଫୋର୍ସ ପକ୍ଷରୁ ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି  । ସେହିପରି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶିମିଳିପାଳ ଜଙ୍ଗଲ ଅଂଚଳ ପରିଦର୍ଶନ କରି ବନାଧିକାରୀ ଏବଂ ସାଧାରଣ ଲୋକଙ୍କ ସହ ଆଲୋଚନା କରିଛନ୍ତି ।