କନକ ବ୍ୟୁରୋ: ନିୟନ୍ତ୍ରଣକୁ ଆସୁଛି ଜଙ୍ଗଲ ନିଆଁ । ରାଜ୍ୟରେ ବିଭିନ୍ନ ସ୍ଥାନରେ ଜଳୁଥିବା ନିଆଁ ଆୟତ୍ତକୁ ଆସୁଛି । ଜଙ୍ଗଲ ନିଆଁ ପ୍ରସଙ୍ଗରେ ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ସୂଚନା ଦେବା ବେଳେ ଆଶ୍ୱସ୍ତିକର ଖବର ଦେଇଛନ୍ତି ।

Advertisment

ତେବେ ସନ୍ଦୀପଙ୍କ ସୂଚନା ମୁତାବକ ୯୫ ପ୍ରତିଶତ ଭାଗରୁ ଅଧିକ ଫାୟାର ପଏଣ୍ଟରେ ନିଆଁ ନିୟନ୍ତ୍ରଣକୁ ଆସିଛି । ଏ ସମସ୍ତ ସ୍ଥାନରେ ଅଣାୟତ୍ତ ନିଆଁକୁ ଆୟତ୍ତ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏସବୁ କରାଯାଇ ପାରିଛି । ନିଆଁ ଲାଗିଥିବା ୬୨୫୮ ଫାୟାର ପଏଣ୍ଟରୁ ୩୨୮୫କୁ ହ୍ରାସ ପାଇଛି ବୋଲି ଟାସ୍କଫୋର୍ସ ଅଧ୍ୟକ୍ଷ କହିଛନ୍ତି ।

ଅନ୍ୟପଟେ ରାଜ୍ୟ ସାରା ନିଆଁଲିଭା ପାଇଁ ୧୦୦ଟି ଦଳ ନିୟୋଜିତ ହୋଇଛନ୍ତି । ଜୀବନକୁ ବାଜିରେ ଲଗାଇ ଜଙ୍ଗଲ ଯୋଦ୍ଧାମାନେ ପ୍ରକୃତୁକୁ ରକ୍ଷା କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି । ତେବେ ଜଙ୍ଗଲ ନିଆଁ ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ବୈଠକରେ ସାମିଲ ଥିଲେ ଜିଲ୍ଲାପାଳ, ଏସପି ଓ ବନଖଣ୍ଡ ଅଧିକାରୀ ।