କନକ ବ୍ୟୁରୋ : ପାକିସ୍ତାନୀ ମହିଳା ସୀମା ହାଇଦର ଓ ଭାରତୀୟ ଯୁବକ ସଚିନ ମୀଣାଙ୍କ ପ୍ରେମକାହାଣୀକୁ ଏବେ ସବୁଠି ଚର୍ଚ୍ଚା କରାଯାଉଛି । ୪ ଛୁଆଙ୍କୁ ନେଇ ସୀମା କିଭଳି ସାତ ଦରିଆ ପାର କଲେ ଓ ସଚିନଙ୍କ ପାଇଁ ଭାରତରେ ପହଁଚିଥିଲେ, ଘଟଣା ଯେତିକି ରୋଚକ ଥିଲା ଏବେ ତାକୁ ନେଇ ସେତିକି ସନ୍ଦେହ ସୃଷ୍ଟି ହେଉଛି । ତେବେ ସଚିନ ଓ ସୀମାଙ୍କ ପ୍ରେମକାହାଣୀରେ ୟୁପି ଏଟିଏସର ଏଂଟ୍ରି ହୋଇଛି । ସୀମାଙ୍କ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଲିଙ୍କ ଥିବା ସହେନ୍ଦ କରି ତନାଘନା ଜୋରଦାର କରିଛି ଏଟିଏସ

Advertisment

ଆଇଏସଆଇ ସମ୍ପର୍କରେ ସୀମା ?
-ସୀମାଙ୍କ ଦ୍ୱାରା ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି କି ପାକିସ୍ତାନ
-ଆଇଏସଆଇ ସହ ସୀମାଙ୍କ ଲିଙ୍କ ରହିଛି କି?
-କିଭଳି ଓ କାହିଁକି କରାଚୀରୁ ଭାରତ ପହଁଚିଲେ ସୀମା?
-ପ୍ରକୃତରେ ଏହା ପଛରେ ପ୍ରେମ ରହିଛି ନା ଷଡ଼ଯନ୍ତ୍ର?

ପାକିସ୍ତାନ ମହିଳା ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଏଜେଣ୍ଟଭାବେ କାମ କରୁଥିବା ସହେନ୍ଦ କରାଯାଉଛି । ଆଇବି ସୂଚନା ମିଳିବା ପରେ ସୀମା, ସଚିନ ଓ ସେମାନଙ୍କ ସର୍ମ୍ପକୀୟଙ୍କ ସମେତ ୪ଜଣ ଛୁଆଙ୍କୁ ହାଜତକୁ ନେଇଛି ଉତରପ୍ରଦେଶ ଏଟିଏସ । ସୋମବାର ୮ଘଂଟା ଜେରା ପରେ ମଙ୍ଗଳବାର ମଧ୍ୟ ଜେରା କରୁଛି ଏଟିଏସ । ସେପଟେ ସୀମାଙ୍କ ଦାଦା ଓ ଭାଇ ପାକିସ୍ତାନରେ ସେନାରେ ଥିବା ସୂଚନା ମିଳିବାରେ ସହେନ୍ଦ ଅଧିକ ଘନଭୂତ ହେଉଛି ।

ସୀମାଙ୍କୁ ୟୁପି ଏଟିଏସର ଜେରା
-ସୋମବାର ସଚିନ-ସୀମାଙ୍କୁ ୮ଘଂଟା ଜେରା
-ମଙ୍ଗଳବାର ମଧ୍ୟ ଜେରା କରାଯାଇଛି
-ସୀମାଙ୍କ ମୋବାଇଲରୁ ସମସ୍ତ ଡାଟା ଡିଲିଟ ସହେନ୍ଦ ସୃଷ୍ଟି କରିଛି
-ଡାଟା ରିକଭରି କରାଯାଇ ତଦନ୍ତ ବଢ଼ିବ
-ସୀମା ଓ ତାଙ୍କ ୪ ଛୁଆଙ୍କ ସମସ୍ତ ଦସ୍ତାବିଜ ଜବତ କରିଛି ଏଟିଏସ୍
-ନେପାଳ ପୁଲିସକୁ ତଲବ କରାଯାଇଛି
-ନେପାଳକୁ ଯିବ ୟୁପି ଏଟିଏସ
-ନେପାଳ ବିମାନ ବନ୍ଦର, ହୋଟେଲରୁ ତଥ୍ୟ ସଂଗ୍ରହ କରାଯିବ
-ନୋଏଡା ପୁଲିସ ଓ ଏଟିଏସକୁ ଦେଇଥିବା ବୟାନକୁ ଏକାଠି ତର୍ଜମା କରାଯାଉଛି
-ସୀମାଙ୍କ ସ୍ୱାମୀ ଗୁଲାମ ହାଇଦର ସହ କଥା ହେବ ୟୁପି ଏଟିଏସ୍

ସୂଚନା ଅନୁସାରେ ୟୁପି ଏଟିଏସର ରିପୋର୍ଟ ପ୍ରସ୍ତୁତ କରି ଲକ୍ଷ୍ନୌ ପୁଲିସକୁ ଦେବ । ଏହି ରିପୋର୍ଟ ଗୃହମନ୍ତ୍ରାଳୟ ପଠାଯିବ । ଏହି ରିପୋର୍ଟ ହୁଏତ ନିଷ୍ପତି ନେବ ସୀମାଙ୍କ ଭାରତରେ ରହିବେ ନା ନାହିଁ

‘ସୀମା’ଙ୍କ ସୀମାପାରି ପ୍ରେମ
-କରୋନା ସମୟରେ ସଚିନ ଓ ସୀମା ସମ୍ପର୍କରେ ଆସିଥିଲେ
-ପବଜୀ ଗେମ୍ ଖେଳୁ ଖେଳୁ ପରସ୍ପରର ପ୍ରେମରେ ପଡ଼ିଥିଲେ
-ସଚିନଙ୍କୁ ଭେଟିବା ପାଇଁ ସୀମା ନେପାଳରେ ପହଁଚିଥିଲେ
-ପଶୁପତି ମନ୍ଦିରରେ ସଚିନ ଓ ସୀମା ବିବାହ କରିଥିଲେ
-ପରେ ସୀମା ପାକିସ୍ତାନ ଓ ସଚିନ ଦିଲ୍ଲୀ ଫେରିଥିଲେ
-ନିଜ କରାଚୀ ଘରକୁ ୧୨ଲକ୍ଷ ଟଙ୍କାରେ ବିିିକି ଥିଲେ ସୀମା
-୪ଜଣ ଛୁଆଙ୍କୁ ନେଇ ପ୍ରଥମେ ଦୁବାଇ ପରେ ନେପାଳକୁ ବିମାନରେ ଆସିଥିଲେ
-ପରେ ନେପାଳ ରାସ୍ତା ଦେଇ ବସରେ ଭାରତରେ ପହଁଚିଥିଲେ
-ମେ ୧୩ରେ ଭାରତରେ ପହଁଚିଥଲେ ସୀମା ହାଇଦର

ସୀମା ଭାରତ ଆସିବା ପରେ ତାଙ୍କ ସ୍ୱାମୀ ଗୁଲାମ ହାଇଦର ସୋସିଆଲ ମଡିଆରେ ଭିଡିଓ ପୋଷ୍ଟ କରି ତାଙ୍କୁ ପାକିସ୍ତାନ ଫେରାଇବାକୁ ମୋଦୀ ସରକାରଙ୍କୁ ଅନୁରୋଧ କରିଥିଲେ । ଭିଡିଓ ଭାଇରାଲ ପରେ ସୀମା ଓ ସଚିନଙ୍କ ପ୍ରେମକାହାଣୀ ସମସ୍ତଙ୍କୁ ସାମ୍ନାକୁ ଆସିଥିଲା । ବେଆଇନ ଭାବେ ଭାରତକୁ ଆସିବା ଓ ବେନିୟମଭାବେ ବିବାହ କରିବା ଘଟଣା ସୀମା ଓ ସଚିନଙ୍କୁ ସମସ୍ୟାରେ ପକାଇଥିଲା । ଏଥିରୁ ମୁକୁଳିବା ପାଇଁ ସେମାନେ କୋର୍ଟରେ ବିବାହ କରିବାକୁ ଚିନ୍ତା କରୁଥିବା ସମୟରେ ଗ୍ରେଟର ନୋଏଡା ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା ଓ ୩ଦିନ ପରେ ସେମାନଙ୍କୁ ଜାମିନ ମିଳିଥିଲା ।