ଆପଣ ଦେଖିଥିବେ ସିମ୍ କାର୍ଡର ପଛପଟେ ୧୯ ଡିଜିଟର ଏକ ନମ୍ବର ଲେଖା ହୋଇଥାଏ । କିନ୍ତୁ ଏହି ନମ୍ବର କାହିଁକି ଲେଖା ଯାଇଥାଏ ତାହା ଆପଣଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ହିଁ ଜାଣିଥିବେ । ଏହି ୧୯ ଡିଜିଟ ନମ୍ବରରେ ମୋବାଇଲ୍ ନମ୍ବରରୁ ନେଇ ଟେଲିକମ୍ ଅପରେଟର୍ ବିବରଣୀ ରହିଥାଏ । ତେବେ ଏହି ନମ୍ବରରେ କ’ଣ ଲୁଚିରହିଛି ଆସନ୍ତୁ ଜାଣିବା ।
୩ ପ୍ରକାରର ହୋଇଥାଏ ସିମ୍ : ଆଜିକାଲି ପ୍ରତିଟି ସ୍ମାର୍ଟଫୋନରେ ନାନୋ ସିମ୍ ର ବ୍ୟବହାର ହୋଇଥାଏ । ଏହାପୂର୍ବରୁ ମାଇକ୍ରୋ ସିମ୍ ଏବଂ ତା ପୂର୍ବରୁ ବଡ ସିମ୍ ଆସୁଥିଲା ଯାହାକୁ ସିମ୍ କାର୍ଡ କୁହାଯାଉଥିଲା । ସିମ୍ ର ଫୁଲଫର୍ମ ହେଉଛି subscriber identity module । ଏହି ୧୯ ଟି ଡିଜିଟ୍ ନମ୍ବର କୋଡରୁ ପ୍ରଥମ ୨ ଟି ଡିଜିଟ୍ ଇଣ୍ଡଷ୍ଟ୍ରୀ କୋଡ୍ ହୋଇଥାଏ । ୮୯ ନମ୍ବରଟି ଟେଲିକମ୍ ଇଣ୍ଡଷ୍ଟ୍ରୀର କମନ୍ ନମ୍ବର ହୋଇଥାଏ । ଆଉ ଦୁଇଟି କୋଡ୍ କଣ୍ଟ୍ରି କୋଡ୍ ହୋଇଥାଏ । ଯାହାକୁ ମୋବାଇଲ୍ କଣ୍ଟ୍ରି କୋଡ୍ (ଏମସିସି) ମଧ୍ୟ କୁହାଯାଇଥାଏ । ୯୧ ଭାରତର କଣ୍ଟ୍ରି କୋଡ୍ ଅଟେ । ଆଗାମୀ ଦୁଇ ଡିଜିଟ୍ ନମ୍ବର Issued Identification Number (IIN) ହୋଇଥାଏ । ଯେମିତି ୨୫ ଏୟାରସେଲ୍ ର IIN ହୋଇଥାଏ । ଅନ୍ୟ ୪ ଡିଜିଟ୍ ସିମ୍ ର ମାନ୍ୟୁଫେଚରି ମାସ ଏବଂ ବର୍ଷକୁ ଦର୍ଶାଇଥାଏ ।
ଅନ୍ୟ ୮ ଟି ନମ୍ବର ସିମ୍ ର ନମ୍ବର ହୋଇଥାଏ । ଟେଲିକମ୍ କମ୍ପାନୀ ଏହାର ଆଧାରରେ ମୋବାଇଲ୍ ନମ୍ବରକୁ ରେକର୍ଡ କରିଥାନ୍ତି । ଏହାକୁ କଷ୍ଟମର ଆଇଡେଣ୍ଟିଟି ନମ୍ବର ମଧ୍ୟ କୁହାଯାଏ । ଶେଷ ନମ୍ବରକୁ ଚେକ୍ ସମ୍ କୁହାଯାଏ । ଯଦି ସେଠାରେ U ଲେଖା ହୋଇଥାଏ ତେବେ ଏହାର ଅର୍ଥ ହେଉଛି Universal ଯାହାର ଅର୍ଥ ଏହି ସିମ୍ ୪ଜି ଏବଂ ୨ଜି ରେ ମଧ୍ୟ କାମ କରିବ । ଯଦି ସେଠାରେ H ଲେଖା ହୋଇଥାଏ ତେବେ ଏହାର ଅର୍ଥ ହେଉଛି ଏହି ସିମ୍ ସବୁ ନେଟୱାର୍କରେ କାମ କରିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/1sara-ankh_i_-3-1.jpg)
/kanak/media/post_attachments/wp-content/uploads/2018/12/1996db43e7735528b2500ab95b6917a0-1-300x169.jpg)