ଆପଣଙ୍କ ନାଁରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ହୋଇଛି, ଜାଣିବେ କେମିତି?

3,244

କନକ ବ୍ୟୁରୋ : ଆପଣଙ୍କ ନାଁରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ହୋଇଛି, ଜାଣିଛନ୍ତି କି ? ଯଦି ନା ତେବେ ଆସନ୍ତୁ ଜାଣିବା । ଜଣେ ଏକ ନୂଆ ସିମ୍ କାର୍ଡ ଆଣିବା ପାଇଁ ହେଲେ ଆଧାର କାର୍ଡ, ଭୋଟର ଆଇ କାର୍ଡ ଏବଂ ପାସପୋର୍ଟ ଭଳି ପରିଚୟ ପତ୍ରର ଆବଶ୍ୟକତା ପଡିଥାଏ । କିନ୍ତୁ ଗୋଟିଏ ଆଧାରକାର୍ଡରେ କେତୋଟି ସିମ୍ କିଣାଯାଇପାରିବ ତାହା ବୋଧ ହୁଏ କେହି ଜାଣିନଥିଲେ । ଏଠାରେ କହିରଖୁଛୁ, ଗୋଟିଏ ଆଧାରକାର୍ଡରେ ୯ଗୋଟି ସିମ୍ କାର୍ଡ କିଣାଯାଇପାରିବ । ଏଭଳି ପରିସ୍ଥିତିରେ ଯଦି ଭାବୁଛନ୍ତିକି, ଆପଣଙ୍କ ନାଁରେ ଆଉ କିଏ ସିମ୍ କାର୍ଡ ବ୍ୟବହାର କରୁଛି, ତାହେଲେ ଚିନ୍ତା କରନ୍ତୁ ନାହିଁ । ଗୋଟିଏ ଉପାୟ ବ୍ୟବହାର କରି ଆପଣ ଜାଣିପାରିବେ କେତେ ଜଣ ଆପଣଙ୍କ ନାଁରେ ସିମ୍ କାର୍ଡ ଆକ୍ଟିଭ୍ କରି ଚଲାଉଛନ୍ତି ।
ଏଥିପାଇଁ ଆପଣଙ୍କୁ ସରକାରଙ୍କ ଟେଲିକମ୍ ବିଭାଗର ଏକ ପୋର୍ଟାଲକୁ ଯାଇ ଚେକ୍ କରିବାକୁ ପଡିବ । ଯଦି ଆପଣଙ୍କ ନାଁ କୌଣସି ଫେକ୍ ସିମ୍ ବ୍ୟବହାର ହେଉଥାଏ ତାହେଲେ ସେଠାକୁ ଯାଇ ଆପଣ ସେହି ସିମକୁ ବ୍ଲକ୍ ମଧ୍ୟ କରିପାରିବେ । କେବଳ ଏତିକି ନୁହେଁ, ଯଦି ଆପଣ କିଣିଥିବା କୌଣସି ସିମକୁ ବ୍ୟବହାର କରୁନାହାନ୍ତି ତାହେଲେ ମଧ୍ୟ ଆପଣ ଏହି ପୋର୍ଟାଲକୁ ଯାଏ ସେହି ସିମକୁ ଡି-ଆକ୍ଟିଭେଟ୍ କରିପାରିବେ । ଟେଲିକମ୍ ବିଭାଗର ପୋର୍ଟାଲ ସାଇଟ୍ ହେଉଛି (ଟେଲିକମ୍ ଆନାଲିଟିକ୍ ଫର୍ ଫ୍ରଡ୍ ମ୍ୟାନେଜମେଣ୍ଟ ଆଣ୍ଡ କଂଜ୍ୟୁମ୍ବର ପ୍ରୋଟେକ୍ସନ୍) ବା ଟିଏଏଫସିଓ ।
ଚେକ୍ କରିବାର ପ୍ରକ୍ରିୟା :
ସର୍ବପ୍ରଥମେ https://www.tafcop.dgtelecom.gov.in/ ୱେବସାଇଟକୁ ଯଆନ୍ତୁ
– ଦ୍ୱିତୀୟରେ ମୋବାଇଲ ନମ୍ବର ଦେଇ, ଫୋନକୁ ଆସିଥିବା ଓଟିପିକୁ ଭରନ୍ତୁ
– ଓଟିପି ସମ୍ବିଟ୍ କରିବା ପରେ ଏକ ଲିଷ୍ଟ ଆସିବ, ସେଥିରେ ଆପଣ ଲିଂକ୍ଡ ସିମର ସମସ୍ତ ଡିଟେଲ୍ସ ଦେବାକୁ ପଡିବ ।
– ଆସିଥିବା ଏହି ଲିଷ୍ଟରେ ଆପଣ ଦେଖିପାରିବେ ଆପଣଙ୍କ ନାଁରେ ଆକ୍ଟିଭ୍ ହୋଇଥିବା ସିମକାର୍ଡର ତାଲିକା । ଏହି ତାଲିକାରେ ଆପଣଙ୍କ ନାଁରେ ବ୍ୟବହାର ହେଉଥିବା ସିମକୁ ବ୍ଲକ୍ କରିପାରିବେ ।