କନକ ବ୍ୟୁରୋ: ସିମ୍ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳ ଗଲା ରାଞ୍ଚି। ଭୁବନେଶ୍ୱର, କଟକ ପରେ ଝାଡଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡିଛି। ଗତକାଲି କମିଶନରେଟ ପୋଲିସ ଏହି ସୂଚନା ଦେଇଥିଲା । ଏହାପରେ ତଦନ୍ତକାରୀ ଟିମ୍ ସହିତ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଝାଡଖଣ୍ଡ ନିଆଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଅସଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିଶନରେଟ ପୋଲିସ। ଭୁବନେଶ୍ୱର, କଟକରୁ ସିମ୍ ବକ୍ସ ମିଳିବା ପରେ ୫ ଦିନିଆ ପୋଲିସ ରିମାଣ୍ଡରେ ରହିଛି ରାଜୁ ମଣ୍ଡଳ। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡର ୨ଟି ଟିମ୍ ରାଞ୍ଚି ଯାଉଛି। ତୃତୀୟ ସିମ୍ ବକ୍ସ ମିଳିବା ପରେ ଆହୁରି ଅଧିକ ତଥ୍ୟ ପୋଲିସକୁ ମିଳିବ। ଆତଙ୍କୀ ଲିଙ୍କ ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ମଧ୍ୟ ଆସି ଭୁବନେଶ୍ୱର ପହଞ୍ଚିବ ବୋଲି ସୂଚନା ରହିଛି। ଭୁବନେଶ୍ୱର ଓ କଟକରୁ ମୋଟ ୧୨ ଟି ସିମ୍ ବକ୍ସ ଜବତ କରିସାରିଲାଣି ପୋଲିସ।
ଖୋଲୁଛି ସିମ୍ ବକ୍ସ ରାକେଟର ବଡ଼ ଲିଙ୍କ। ଭୁବନେଶ୍ୱର ଓ କଟକରେ ସିମ୍ ବକ୍ସ ଠାବ ପରେ ଝାଡ଼ଖଣ୍ଡରେ ତୃତୀୟ ବକ୍ସ ଥିବା ନେଇ ସୂଚନା ଦେଇଛି କମିସନରେଟ୍ ପୁଲିସ। ଏନେଇ କମିସନରେଟ ପୁଲିସର ଗୋଟିଏ ଟିମ ମଧ୍ୟ ଅଭିଯୁକ୍ତ ରାଜୁ ମଣ୍ଡଳକୁ ସାଥିରେ ଧରି ଝାଡ଼ଖଣ୍ଡ ଯାଇଛି। ସିମ୍ ବକ୍ସ ଲିଙ୍କ ମାମଲାରେ ସାମ୍ନାକୁ ଆସିଛି ବାଂଲାଦେଶ କନେକ୍ସନ। ଭୁବନେଶ୍ୱରରୁ କୋଲକାତା, ଆଉ କୋଲକାତାରୁ ବାଂଲାଦେଶ ପର୍ୟ୍ୟନ୍ତ ଲମ୍ବିଥଲା ଏହି ସିମ୍ ବକ୍ସ ରାକେଟ। ଏଥିରେ ମାଷ୍ଟରମାଇଣ୍ଡ ଅସଦୁର ଜମାନକୁ ସହଯୋଗ କରୁଥିଲା ଅଭିଯୁକ୍ତ ରାଜୁ ମଣ୍ଡଳ।
ପଚରାଉଚରା ବେଳେ କମିଶନରେଟ୍ ପୁଲିସକୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ରାଜୁ। ବାଂଲାଦେଶରେ ଅସଦୁର ଜମାନକୁ ଭେଟି ସିମ୍ ବକ୍ସ ନେଇ ଡିଲ୍ କରିଥିଲା ରାଜୁ। ଏପରିକି ଅସଦୁର ଭୁବନେଶ୍ୱରରେ ଆସି ଲିଙ୍ଗରାଜ ହୋଟେଲରେ ରହିବା ସହ ରାଜୁ ମଣ୍ଡଳକୁ ସାହାଯ୍ୟ ମଧ୍ୟ କରୁଥିଲା। ପୁଲିସ ପାଖରେ ଏନେଇ ନଥିଲା କୌଣସି ସୂଚନା। ଭୁବନେଶ୍ୱର, କଟକରୁ ସିମ୍ ବକ୍ସ ମିଳିବା ପରେ ଏବେ ଝାଡ଼ଖଣ୍ଡରେ ତୃତୀୟ ସିମ ବକ୍ସ ଥିବା ସୂଚନା ଦେଇଛନ୍ତି ପୁଲିସ କମିସନର। ଖୁବଶୀଘ୍ର ପୁଲିସ ଏକ ଟିମ୍ ଝାଡ଼ଖଣ୍ଡରେ ରେଡ୍ କରିବ।