ରୁଷିଛି ‘ରୁପା’ ! ବଜାରରେ ରୁପା କେଜି ୫୨ ହଜାର, ଛୁଇଁବାକୁ ଲାଗୁଛି ଡର ।

374

କନକ ବ୍ୟୁରୋ: ରୁପା ଛୁଇଁବାକୁ ଡର ଲାଗୁଛି । ରୁପା କେଜି ୫୨ ହଜାର ସୁନା ପରେ ରୁପାର ଦରବୃଦ୍ଧି ଉଭୟ ବ୍ୟବସାୟୀ ଏବଂ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ଭଲ ବ୍ୟବସାୟ ହେଉନଥିବା ବେଳେ ଗ୍ରାହକମାନେ ମଧ୍ୟ ରୂପା ଅଳଙ୍କାର କିଣିବାକୁ ପଛଘୁଂଚା ଦେଉଛନ୍ତି । ତେବେ ଏଭଳି କିଛି ଗ୍ରାହକଙ୍କ ଚିନ୍ତାକୁ ନେଇ ରାଜ୍ୟ ବିଭିନ୍ନ ସ୍ଥାନରୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ସୁନା ଦର ବୃଦ୍ଧି ପରେ ରୁପା ଦର ବଢିଛି । ବ୍ରହ୍ମପୁରରେ ଗତ ୨ରୁ ୩ଦିନ ମଧ୍ୟରେ ରୁପାର ଦରବୃଦ୍ଧି ଘଟି କେଜି ପହଂଚିଛି ୫୨ ହଜାର ଟଙ୍କାରେ । ଯାହାକି ରୂପା ବ୍ୟବସାୟକୁ ପ୍ରଭାବିତ କରିଛି । ଗଣେଶ ପୂଜା ପରେ ପରେ ଆଗକୁ ଆସୁଛି ଦୁର୍ଗାପୂଜା । ଆଉ ପାର୍ବଣ ଋତୁରେ ରୁପା ଅଳଙ୍କାର ବହୁଳମାତ୍ରାରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଥାନ୍ତି ବ୍ୟବସାୟୀ । ହେଲେ ଅହେତୁକ ଦରବୃଦ୍ଧି ବ୍ୟବସାୟୀଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି । ଟଙ୍କା ତୁଳନାରେ ଡଲାରର ମୁଲ୍ୟ ବୃ୍ଦ୍ଧି, ନିବେଶକଙ୍କ ଅତ୍ୟଧିକ ନିବେଶ ଏହା ପଛର ମୁଖ୍ୟ କାରଣ ବୋଲି କହୁଛନ୍ତି ବ୍ୟବସାୟୀ ।

ଅନ୍ୟପକ୍ଷରେ ରୁପାର ଦରବୃଦ୍ଧି କାରଣରୁ ଯେତିକି ପରିମାଣର ଅଳଙ୍କାର କିଣିବା କଥା ତାହା ସମ୍ଭବ ହେଉନି । ଗ୍ରାହକଙ୍କ କହିବା ହେଲା, ରୂପା ଦର ବୃଦ୍ଧି କାରଣରୁ ଜଣେ ମଧ୍ୟବିତ ପରିବାରର ଲୋକ ପକ୍ଷରେ ରୁପା ଗହଣା କିଣିବା ମୁସ୍କିଲ ହୋଇପଡିଛିା