ଶ୍ରୀମନ୍ଦିରରେ ୩ଟି ଦ୍ୱାରାର ହେବ ରୂପା ଛାଉଣୀ : ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ପହଂଚିଲା ୬ଟି ଷ୍ଟ୍ରିଲ ଫ୍ରେମ୍; ଆଜିଠାରୁ ଆରମ୍ଭ ହେବ ରୂପା ଛାଉଣୀ କାମ

135

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରର ୩ଟି ଦ୍ୱାର ରୁପା ଛାଉଣୀ ପାଇଁ ପହଂଚିଛି ଷ୍ଟିଲ ଫ୍ରେମ । ଗତକାଲି ରଥଟଣା ସରିବା ପରେ ବିଳମ୍ବିତ ରାତିରେ ନିଳାଦ୍ରୀ ଭକ୍ତ ନିବାସରୁ ୩ଟି ଦ୍ୱାର ପାଇଁ ୬ଟି ଷ୍ଟିଲ ଫ୍ରେମ ଶ୍ରୀମନ୍ଦିରକୁ ନିଆଯାଇଛି । ଶ୍ରୀମନ୍ଦିରର ୩ଟି ଦ୍ୱାର ଉପରେ ରୁପାର ଛାଉଣୀ ହେବ । ମୁମ୍ବାଇର ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଦାନ କରିଥିବା ୧ ହଜାର ୩୪୫ କେଜି ରୁପାରେ ଏହି ଛାଉଣି କରାଯିବ । ଦାନ ରୁପାକୁ ଶ୍ରୀମନ୍ଦିର ଭକ୍ତ ନିବାସର ସିଲ କୋଠରୀରେ ରଖାଯାଇଛି ।

ତେବେ ସମସ୍ତ ଦ୍ୱାରର ଷ୍ଟିଲ ଫ୍ରେମ ନିର୍ମାଣ ସରିଥିବାବେଳେ ଆଜିଠାରୁ ରୁପା ଛାଉଣି କାମ ଆରମ୍ଭ ହେବ । ତେବେ ୩ଟି ଦ୍ୱାରରେ ରୂପା ଛାଉଣୀ କରିବା ପାଇଁ ପ୍ରାୟ ୨ ଟନ୍ ରୂପା ବ୍ୟବହାର ହେବ । ପ୍ରଥମେ ପରୀକ୍ଷାମୂଳକ ଭାବେ ଜୟବିଜୟ ଦ୍ୱାର ଓ ଭୋଗ ମଣ୍ଡପର ଦ୍ୱାରରେ ରୂପା ଛାଉଣୀ ହେବ । ଶ୍ରୀମନ୍ଦିର ଦ୍ୱାରରେ ରୁପା ଛାଉଣୀ କରିବା ସମୟରେ ମୂଳ ଡିଜାଇନ ଅକ୍ଷୂର୍ଣ୍ଣ ରଖିବା ସହ ଉକ୍ରଳୀୟ କଳା ସ୍ଥାପତ୍ୟର ଡିଜାଇନକୁ ମଧ୍ୟ ସ୍ଥାନ ଦିଆଯିବ ବୋଲି କୁହାଯାଇଛି ।

Comments are closed.