ବିଶ୍ୱର ସବୁଠୁ ବଡ ବ୍ୟାଙ୍କିଂ ବିଫଳତା! ବନ୍ଦ ହୋଇଗଲା ସିଲିକନ ଭ୍ୟାଲି ବ୍ୟାଙ୍କ୍, ଚିନ୍ତାରେ ୧୭, ୫୦୦ କୋଟି ଗ୍ରାହକ

835

କନକ ବ୍ୟୁରୋ: ବଡ ବଡ ଟେକ୍ନୋଲୋଜି ଷ୍ଟାଟଅପ୍ଗୁଡିକୁ ଋଣ ପ୍ରଦାନ କରି ଚର୍ଚ୍ଚାକୁ ଆସିଥିବା ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ ଶୁକ୍ରବାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ବ୍ୟାଙ୍କ ବନ୍ଦ ହେବା ଯୋଗୁ ସାରା ବିଶ୍ୱର ନିଜର ବ୍ରାଂଚ ଖୋଲିଥିବା ଏହି ବ୍ୟାଙ୍କର ପ୍ରାୟ ୧୭ ହଜାର ୫୦୦ କୋଟି ଗ୍ରାହକ ଚିନ୍ତାରେ ପଡିଯାଇଛନ୍ତି । ୨୦୦୮ ମସିହା ପରଠୁ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଏହା ବଡ ବିଫଳତା ବୋଲି କୁହଯାଉଛି । ଆମେରିକା କାର୍ଲିଫର୍ଣ୍ଣିଆରେ ଥିବା ଏହି ଘରୋଇ ବ୍ୟାଙ୍କ୍ ବୁଡିଯିବା ପରେ ଭାରତ ସମେତ ସାରା ବିଶ୍ୱର ସେୟାର ବଜାର ପ୍ରଭାବିତ ହୋଇଛି । ବିଶେଷକରି ବିଶ୍ୱ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ସେୟାର ମୂଲ୍ୟ ତଳକୁ ଖସିଯାଇଛି । ୨୦୦୩ରୁ ଭାରତରେ ପେଟିଏମ୍, ଇନ୍ମୋବି, କାରୱାଲେ, ବ୍ଲ୍ୟୁଷ୍ଟୋନ ଭଳି ୨୦ରୁ ଅଧିକ ଷ୍ଟାଟଅପ୍ରେ ପୁଞ୍ଜି ନବେଶ କରିଥିଲା ସିଲିକନ ଭ୍ୟାଲି । ଏବେ କମ୍ପାନୀ ବୁଡିଯିବାରୁ ଭାରତରେ ସେୟାର ବଜାର ତଳକୁ ଖସିଥିବା ଦେଖିବାକୁ ମିଳିଛି ।

କାହିଁକି ବୁଡିଗଲା ସିଲିକନ ଭ୍ୟାଲି ବ୍ୟାଙ୍କ?
-ଏହି ବ୍ୟାଙ୍କଠୁ ଋଣ ନେଇଥିବା ବଡ ବଡ କମ୍ପାନୀଗୁଡିକର ସେୟାର ମୂଲ୍ୟ କମିବା
-ଟେକ୍ନୋଲୋଜି ଷ୍ଟାଟଅପଗୁଡିକରେ ବ୍ୟାଙ୍କ ବିପୁଳ ପରିମାଣରେ ବିନିଯୋଗ କରିଥିଲା
-କୋଭିଡ ମହାମାରୀ ଯୋଗୁ ଏହି ଷ୍ଟାଟଅପ କମ୍ପାନୀଗୁଡିକର ବେପାର ଭଲ ହୋଇନଥିଲା
-ତେଣୁ ବ୍ୟାଙ୍କରେ ନିବେଶ କରିଥିବା ଅଧିକାଂଶ ଗ୍ରାହକ ସେମାନଙ୍କ ପୁଞ୍ଜି ପ୍ରତ୍ୟାହାର କରିନେଇଥିଲେ
-କମ୍ପାନୀର ସେୟାର ମୂଲ୍ୟ କମିବାରୁ ବାଧ୍ୟ ହୋଇ ନିଜର କିଛି ସେୟାର ବିକ୍ରି କରିଥିଲା ସିଲିକନ ଭ୍ୟାଲି
-ଫଳରେ ପ୍ରାୟ ୧୬ ହଜାର ୪୦୪ କୋଟି ଟଙ୍କା କ୍ଷତି ସହିଥିଲା କମ୍ପାନୀ

ଯାହା ବ୍ୟାଙ୍କ ବିଫଳତାର ମୁଖ୍ୟ କାରଣ ବୋଲି କୁହାଯାଉଛି । ସିଲିକନ ଭ୍ୟାଲି ବ୍ୟାଙ୍କର ପ୍ରାୟ ୬୦ ପ୍ରତିଶତ ସେୟାର ମୂଲ୍ୟ କମିଯାଇଥିବା ବେଳେ ଏହି ବ୍ୟାଙ୍କକୁ କିଣିବାକୁ ଆଗ୍ରହ ଦେଖାଇଛନ୍ତି ବିଶ୍ୱର ଅନ୍ୟତନ ଧନୀ ତଥା ଟୁଇଟର ମାଲିକ ଏଲନ ମସ୍କ । ଟୁଇଟର ସିଲିକନ ଭ୍ୟାଲି ବ୍ୟାଙ୍କ କିଣି ଡିଜିଟାଲ ବ୍ୟାଙ୍କ କରିବାକୁ ରେଜର’ର ସିଇଓ ମିନ୍-ଲିଆଙ୍ଗ୍ ଟୁଇଟ୍ କରିଥିଲେ । ଯାହାକୁ ସ୍ୱାଗତ କରିଛନ୍ତି ମସ୍କ ।

ସିଲିକନ ଭ୍ୟାଲି ବ୍ୟାଙ୍କ ବୁଡିଯାଇଥିଲେ ବି ଏଥିରେ ଅର୍ଥ ରଖିଥିବା ପ୍ରାୟ ୧୭ ହଜାର ୫୦୦ କୋଟି ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଥିବା କହିଛି ଫେଡେରାଲ ଡିପୋଜିଟ୍ ଇନସ୍ୟୁରାନ୍ସ କୋଅପରେସନ୍ (ଏଫ୍ଡିଆଇସି) । ଏଫ୍ଡିଆଇସି ‘ନ୍ୟାସନାଲ ବ୍ୟାଙ୍କ ଅଫ ସାଂଟା କ୍ଲାରା’ ନାମକ ଏକ ନୂଆ ବ୍ୟାଙ୍କ ଖୋଲିବା ସହ ସିଲିକନ ଭ୍ୟାଲିର ସମସ୍ତ ସମ୍ପତ୍ତି ଏହି ବ୍ୟାଙ୍କ ଅଧିନକୁ ଆସିଥିବା କହଛି । କିନ୍ତୁ ଅନେକ ଗ୍ରାହକ ବ୍ୟାଙ୍କରେ ଥିବା ସେମାନଙ୍କ ପୁଞ୍ଜିକୁ ନେଇ ଚିନ୍ତାରେ ଅଛନ୍ତିି ।