କନକ ବ୍ୟୁରୋ : ଅସରାଏ ବର୍ଷାରେ ବେହାଲ ହୋଇପଡିଛି ସିଲିକନ ସିଟି ବେଙ୍ଗାଲୁର । ବୁଧବାର ରାତି ତମାମ ବେଙ୍ଗାଲୁର ସମେତ କର୍ଣ୍ଣାଟକର ଅନେକ ସ୍ଥାନରେ ବର୍ଷା ହୋଇଛି । ଲଗାଣବର୍ଷା ଯୋଗୁଁ ସହର ଭିତରେ କୁତ୍ରିମ ବନ୍ୟା ଦେଖାଦେଇଛି ।କେଉଁଠି ଯାନବାହନ ବୁଡି ରହିଛି ତ ପୁଣି କେଉଁଠି ଘର ଭିତରେ ପଶିଛି ବର୍ଷା ପାଣି । ସ୍ଥିତି ଏଭଳି ହୋଇଛି କି ରାସ୍ତାରେ ଯାଉଥିବା ବାଇକ ଆରୋହୀ ବର୍ଷା ପାଣିରେ ଖସିପଡିବା ଯୋଗୁଁ ଆହତ ମଧ୍ୟ ହୋଇଛନ୍ତି । ବେଙ୍ଗାଲୁରବାସୀ ରାସ୍ତା ଉପରେ ଅଂଟା ଉଚ୍ଚ ପାଣିରେ ବୁଡି ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯାତାୟତ କରୁଥିବା ଯୋଗୁଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେପଟେ ପ୍ରବଳ ପବନ ଯୋଗୁଁ କିଛି ସ୍ଥାନରେ ବିଶାଳ ଗଛ ଭାଙ୍ଗିବା ଯୋଗୁଁ ଯାନବାହନ କ୍ଷୟକ୍ଷତି ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us