ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀ ମୃତ୍ୟୁ ମାମଲା । ନିରପେକ୍ଷ ତଦନ୍ତ ଦାବିରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଏବଂ ଗ୍ରାମ ରୋଜଗାର ସେବକ-ସେବୀକା ସଂଘର ନିରବ ଶୋଭାଯାତ୍ରା

Advertisment
ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀ ମୃତ୍ୟୁ ମାମଲା । ନିରପେକ୍ଷ ତଦନ୍ତ ଦାବିରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଏବଂ ଗ୍ରାମ ରୋଜଗାର ସେବକ-ସେବୀକା ସଂଘର ନିରବ ଶୋଭାଯାତ୍ରା

କନକ ବ୍ୟୁରୋ: ଧର୍ମଶାଳା ପଂଚାୟତ ଅଧିକାରୀ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ମୃତ ପତ୍ନୀଙ୍କ ପାଇଁ ସ୍ୱାମୀ ସୁଶୀଲ ବିଶ୍ୱାଳ ନ୍ୟାୟ ମାଗିଥିବା ବେଳେ ଘଟଣାର ନିରପେକ୍ଷ ତଥା ବିଚାର ବିଭାଗୀୟ ତଦନ୍ତ ଦାବି କରି ଆଜି ଯାଜପୁର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘ ଏବଂ ଗ୍ରାମ ରୋଜଗାର ସେବକ ସେବୀକା ସଂଘ ପକ୍ଷରୁ କରାଯାଇଛି ନିରବ ଶୋଭାଯାତ୍ରା । ଜିଲ୍ଲାର ପଂଚାୟତ କାର୍ଯ୍ୟନିର୍ବାହୀ ସଂଘ ଏବଂ ରୋଜଗାର ସେବକ ସେବିକା ସଂଘ ତରଫରୁ ହାତରେ ପ୍ଲାକାର୍ଡ, ବ୍ୟାନର ଆଦି ପ୍ରଦର୍ଶନ କରି ଏକ ନିବର ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କୁ ଭେଟି ୩ ଦଫା ଦାବି ପୁରଣ ଲାଗି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

publive-image

ସେପଟେ, ଅଭିଯୁକ୍ତ ରୂପେଶ ଭଦ୍ରଙ୍କୁ ଫସାଇ ଦିଆଯାଇଛି ବୋଲି ତାଙ୍କ ସରପଂଚ ପତ୍ନୀ ଯୁକ୍ତି ବାଢ଼ୁଥିବା ବେଳେ ସ୍ମିତାରାଣୀଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି କି, ତାଙ୍କ ମୃତ ପତ୍ନୀଙ୍କ ଚରିତ୍ର ସଂହାର କରାଯାଉଛି । ଗତକାଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ଆସି ମାନବାଧିକାର କମିସନ ଓ ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ ସ୍ମିତାଙ୍କ ସ୍ୱାମୀ ।

publive-image

ଧର୍ମଶାଳା ବ୍ଲକର ହରିଦାସପୁର ପଂଚାତର ଭିଏଲଡବ୍ଲୁ ସ୍ମିତାରଣୀ ବିଶ୍ୱଳଙ୍କର ଗତ ସପ୍ତାହେ ତଳେ ସନ୍ଦେହଜନକ ଭାବେ ମତ୍ୟୁ ଘଟିଥିଲା । ଏହା ଆତ୍ମହତ୍ୟା ବୋଲି ପୁଲିସ ସ୍ପଷ୍ଟ କଲା ପରେ ବି ମାମଲାଟି ଦିନକୁ ଦିନ ଗମ୍ଭୀର ହେବାଲେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe