ଅସସ୍ୱାସ୍ଥ୍ୟକର ପରିବେଶ ପାଲଟିଛି ହୃଦଘାତର କାରଣ ! କମ୍ ବୟସରେ ମଧ୍ୟ ଅକାଳରେ ଚାଲିଯାଉଛି ଜୀବନ , ଜାଣନ୍ତୁ ଏହାର ପୂର୍ବବର୍ତ୍ତୀ ସଂକେତ

1,419

ଆଜିକାଲି ଅଧିକାଂଶ ଲୋକ ହୃଦଘାତର ଶିକାର ହେଉଛନ୍ତି । ଅସୁସ୍ଥକର ପରିବେଶ, ଅତ୍ୟଧିକ ଚିନ୍ତା ଏହାର ମୁଖ୍ୟ କାରଣ ପାଲଟିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ୪୫ ପ୍ରତିଶତ ହୃଦଘାତ ବିନା କୌଣସି ଲକ୍ଷଣରେ ହେଉଛି । ପ୍ରାୟ ୨୫ ପ୍ରତିଶତ ହୃଦଘାତ ୪୦ ବର୍ଷ ବୟସ ମଧ୍ୟରେ ଘଟୁଛି । ଏମିତି ନୁହଁ ଯେ ହୃଦଘାତ ହେବା ପୂର୍ବରୁ କୌଣସି ଲକ୍ଷଣ ଦିଶେ ନାହିଁ , ବରଂ ଆମେ ଅଧିକାଂଶ ସମୟରେ ଜାଣିପାରନ୍ତି ନାହିଁ । ତେବେ ଚାଲନ୍ତୁ ଏହି ଲକ୍ଷଣଗୁଡିକ ସଂପର୍କରେ ଜାଣିବା ।

• ହଠାତ୍ ଆପଣଙ୍କୁ ଯଦି ଅସହଜ ମନେହେଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହା ବି ସାଇଲେଣ୍ଟ୍ ହା\nର୍ଟଆଟାକ୍ (ହୃଦଘାତ)ର ଏକ ଲକ୍ଷଣ ହୋଇଥାଏ ।

• ବିନା କାରଣରେ ମୁଣ୍ଡ ବୁଲାଇବା ବି ଏହାର ଏକ ଲକ୍ଷଣ । ଯଦି ଖାଇନାହାନ୍ତି କିମ୍ବା ଖରାରେ ଯାଉଛନ୍ତି ତେବେ ଏହା ଭିନ୍ନ କଥା କିନ୍ତୁ ଅଯଥାରେ ମୁଣ୍ଡ ବୁଲାଇବା ଅର୍ଥ ହୃଦଘାତ ହୋଇପାରେ ।

• ନିଶ୍ୱାସ ନେବାରେ ବି ଅସୁବିଧା ଅନୁଭୂତ ହୋଇଥାଏ ହୃଦଘାତ ପୂର୍ବରୁ। ଛୋଟ ଛୋଟ ନିଶ୍ୱାସ ନେବା ଏହାର ଏକ ଲକ୍ଷଣ।

• ନିଦ୍ରାହୀନତା ଅନେକ ରୋଗର ଲକ୍ଷଣ ହୋଇଥିବା ବେଳେ ହୃଦଘାତର ପ୍ରମୁଖ କାରଣ ହୋଇଥାଏ।

• ବାନ୍ତି ଲାଗିବା ବି ହୃଦଘାତର ଲକ୍ଷଣ। ଅନ୍ୟ କିଛି ଲକ୍ଷଣ ସହ ବାନ୍ତି ଲାଗୁଥିଲେ ହୃଦଘାତ ହୋଇପାରେ ବୋଲି ଚନ୍ତା କରି ସତର୍କ ରୁହନ୍ତୁ।

• ହଜମ ନହେବା ଓ ଗ୍ୟାସ୍ ସମସ୍ୟାକୁ ବି ହୃଦଘାତର ପୂର୍ବବର୍ତ୍ତୀ ସୋପାନ ବୋଲି ଧରାଯାଏ ।