କନକ ବ୍ୟୁରୋ: ସିକ୍ମିମରେ ଅଚାନକ ଆସିଥିବା ବନ୍ୟାରେ ପୁରା ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ପ୍ରାଣ ହରରାଇଥିବାବେଳେ ହଜାର ହଜାର ଲୋକ ବାସହରା ହୋଇପଡିଛନ୍ତି । ତା’ ସାଙ୍ଗକୁ ଯବାନଙ୍କ କ୍ୟାମ୍ପ ଭାସିଯାଇ ୨୨ଜଣ ଯବାନ ନିଖୋଜ ହୋଇଯିବା ଘଟଣା ପୁରା ଦେଶକୁ ଦୋହଲାଇ ଦେଇଛି । ତିସ୍ତା ନଦୀରେ ଭୟଙ୍କର ବନ୍ୟାର ସୁଅ ଚାଲୁଥିବାବେଳେ ବିସ୍ଫୋରଣର ଦୃଶ୍ୟ ସେଠାକାର ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ନଦୀରେ ବିସ୍ଫୋରଣ ନେଇ ସେନା ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଅବଗତ କରାଯାଇଛି । କୌଣସି ଠାରୁ ଗୋଳାବାରୁଦର ସନ୍ଧାନ ମିଳିଲେ ତୁରନ୍ତ କାର୍ଯ୍ୟାଳୟରେ କିମ୍ବା ସେନାଧିକାରୀଙ୍କୁ ଜଣାଇବାକୁ ସ୍ଥାନୀୟ ଲୋକଙ୍କୁ ଅପିଲ କରାଯାଇଛି ।
କହିରଖୁଁ, ଉତ୍ତର ସିକ୍କିମରେ ଆସିଥିବା ଭୟଙ୍କର ବନ୍ୟାରେ ସ୍ଥାନୀୟ ଲୋକଙ୍କ ସହ ସେନା କ୍ୟାମ୍ପ ଭାସିଯାଇଥିଲା । ଯେଉଁଥିରେ ଗୋଳାବାରୁଦ, ଅସ୍ତ୍ର ସହ ୨୨ଜଣ ଯବାନ ଭାସିଯାଇଥିଲେ ।