କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ ଶୁଦ୍ଧ ପିଇବା ପାଣିର ଅଭାବ । ଏହାର ସୁଯୋଗ ନେଇ କିଛି କମ୍ପାନୀ ମାର୍କେଟରେ ସେମାନଙ୍କ ମିନେରାଲଯୁକ୍ତ ପ୍ୟାକେଜଡ୍ ପାଣି ବିକ୍ରି କରିବାରେ ଲାଗିଛନ୍ତି । ହେଲେ ଏହି ପାଣି କେତେ ପାନୀୟ ଉପଯୋଗୀ ତାହା ଆମେ ଜାଣି ନଥାଉ ।
ସେପଟେ ୨୦୨୨ ଜାନୁଆରୀ ପହିଲାରୁ ସକିମରେ ‘ପ୍ୟାକେଜଡ୍ ମିନେରାଲ ୱାଟର’ ପାଣି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ପିଏସ୍ ତମାଙ୍ଗ ଘୋଷଣା କରିଛନ୍ତି । ସେ କହିଛନ୍ତି କି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ସିକିମ ସଜ ଓ ଉତ୍ତମ ପାନୀୟ ଜଳ ଯୋଗାଇବାରେ ସମର୍ଥ । ତେଣୁ ରାଜ୍ୟରେ ପ୍ୟାକେଜଡ୍ ମିନେରାଲ ବିକ୍ରି କରିବାର ଆବଶ୍ୟକତା ନାହିଁ ।
ଗାନ୍ଧୀ ଜୟନ୍ତୀ ଅବସରରେ ଏକ ଜନସଭାକୁ ଉଦବୋଧନ ଦେଇ ତମାଙ୍ଗ କହିଛନ୍ତି କି, ନିଷେଧାଦେଶ ଲାଗୁହେବା ପରେ ଆମେ ପ୍ରାକୃତିକ ଉତ୍ସରୁ ଜଳ ସଂଗ୍ରହ କରି ରାଜ୍ୟବାସୀଙ୍କୁ ଯୋଗାଇ ଦେବୁ । ତାହା ପ୍ଲାଷ୍ଟିକ ବୋତଲରେ ମିଳୁଥିବା ପାଣି ଠାରୁ ଅଧିକ ଗୁଣବତ୍ତା ବୋଲି ସେ କହିଛନ୍ତି ।
ତମାଙ୍ଗ ଆହୁରି କହିଛନ୍ତି କି ଏବେ ସିକିମରେ ସମସ୍ତେ ଖଣିଜ ଲବଣ ପାଣି ବୋତଲ ବର୍ଜନ କରନ୍ତୁ ଏବଂ ଏହାର ବିକଳ୍ପ ଭାବେ ପ୍ରାକୃତିକ ଉତ୍ସରୁ ଜଳ ସଂଗ୍ରହ କରି ପିଅନ୍ତୁ । ଏହାସହ ସେ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ କହିଛନ୍ତି କି ‘ଆପଣମାନଙ୍କ ପାଖରେ ଗଚ୍ଛିତ ଥିବା ଖଣିଜ ଲବଣଯୁକ୍ତ ପାଣି ବୋତଲ ଗୁଡିକୁ ୩ ମାସ ଭିତରେ ଶେଷ କରନ୍ତୁ ’
ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସଫେଇ ଅଭିଯାନରେ ଯୋଗଦେଇ ତମାଙ୍ଗ କରିଛନ୍ତି ଯେ ବାହାରୁ ଆମଦାନୀ ହେଉଥିବା ପ୍ୟାକେଜଡ ଡ୍ରିଙ୍କିଙ୍ଗ ୱାଟର ବନ୍ଦ କରିବାକୁ ରାଜ୍ୟସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରାକୃତିକ ଜଳ ସମ୍ପଦରେ ସିକିମ ସମୃଦ୍ଧ ହୋଇଥିବାରୁ ପରିବେଶ ଅନୁକୂଳ ଉପକ୍ରମଦ୍ବାରା ରାଜ୍ୟରେ ଜଳର ଚାହିଦା ମେଣ୍ଟାଇ ହେବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଉତ୍ତର ସିକିମ୍ ଅନ୍ତର୍ଗତ ଲାଚେନ୍ ଭଳି ଜନପ୍ରିୟ ପର୍ଯ୍ୟଟନସ୍ଥଳୀରେ ‘‘ପ୍ୟାକେଜ୍ଡ୍ ୱାଟର୍ ବଟଲ୍’ ପୂର୍ବରୁ ନିଷିଦ୍ଧ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/SIKIM.jpg)