କନକ ବ୍ୟୁରୋ : ସିକ୍କିମରେ ତାଣ୍ଡବ ରଚୁଛି ପ୍ରଳୟଙ୍କାରୀ ବନ୍ୟା । ପ୍ରକୃତିର ଅସହ୍ୟ ତାଣ୍ଡବରେ ସହୁଛି ସିକ୍କିମ । ଯନ୍ତ୍ରଣାରେ ଛଟପଟ ହୋଇ କାନ୍ଦୁଛି ରାଜ୍ୟ । ବର୍ତ୍ତମାନ ସୁଦ୍ଧା ୨୧ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଅଚାନକ ବନ୍ୟା ପାଣି ମାଡିଆସିବା ଫଳରେ ଅନେକ ଲୋକ ଭାସିଯାଇଥିବା ବେଳ ୨୩ଜଣ ସେନାକର୍ମୀ ବନ୍ୟାରେ ଭାସିଯାଇଛନ୍ତି । ୨୩ଜଣଙ୍କ ମଧ୍ୟରୁ ୭ଜଣଙ୍କ ଶବ ବିଭିନ୍ନ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ବାକି ନିଖୋଜ ଯବାନଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Advertisment

ସିକ୍କିମ୍ ବନ୍ୟା ୧୦ଟି ବଡ ଅପଡେଟ୍
୧. ଲୋନାକ ହ୍ରଦରେ ବାଦଲ ଫଟା ବର୍ଷା କାରଣରୁ ଟିସ୍ତା ନଦୀରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରତିରକ୍ଷା ପିଆରଓ ଅନୁଯାୟୀ, ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ଛାଡିବା ହେତୁ ହଠାତ୍ ଜଳସ୍ତର ୧୫-୨୦ ଫୁଟ୍ ଉଚ୍ଚକୁ ବୃଦ୍ଧି ପାଇ ସହର ଓ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।
୨. ବନ୍ୟାରେ ରାଜ୍ୟର ୧୩ଟି ସେତୁ ନଷ୍ଟ ହୋଇଯାଇଛି । ଗ୍ୟାଙ୍ଗଟକରେ ୩ଟି ଏବଂ ନାମଚିରେ ୨ଟି ସେତୁ ନଷ୍ଟ ହୋଇଯାଇଛି ।
୩. ପ୍ରଳୟଙ୍କାରୀ ବନ୍ୟାରେ ମୋଟ ୧୦୩ ଜଣ ନିଖୋଜ ଥିବା ସୂଚନା ରହିଛି
୪. ଏହି ବନ୍ୟାରେ ସେନାର ୪୧ଟି ଗାଡି ମାଟି ତଳେ ଦବି ରହିଥିଲା, ଯାହାକୁ ଏବେ ମାଟି ତଳୁ ବାହାର କରାଯାଉଛି । ଏହା ସହିତ ନିଖୋଜ ଥିବା ଯବାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
୫. ପିଟିଆଇ ରିପୋର୍ଟ ଅନୁସାରେ, ଭୟଙ୍କର ବନ୍ୟାରେ ପ୍ରାୟ ୧୪୭୧ଜଣ ପର୍ଯ୍ୟଟଙ୍କ ଜୀବନ ବଞ୍ଚାଇଛନ୍ତି ସେନା ଯବାନ
୬. ଏନଡିଆରଏଫ୍ ଟିମର ଉଦ୍ଧାର କାର୍ଯ୍ୟରେ ବାଧକ ସାଜୁଛି ଖରାପ ମୌସୁମୀ
୭. ଆଜି ମୌସୁମୀରେ ସାମାନ୍ୟ ସୁଦ୍ଧାର ଆସିବାର ଆଶଂକା ରହିଛି ।
୮. ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସିଥିବା ପର୍ଯ୍ୟଟଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ପଠାଯିବାର ବ୍ୟବସ୍ଥା ରହିଛି ।
୯. ଭାରତୀୟ ସେନା ଉତ୍ତର ସିକ୍କିମରେ ଫସିଥିବା ନାଗରିକ ଓ ପର୍ଯ୍ୟଟଙ୍କ ନିକଟରେ ଖାଦ୍ୟ ସାମଗ୍ରୀ ପହଞ୍ଚଇବାରେ ସଫଳ ହୋଇଛନ୍ତି ।
୧୦. ବର୍ତ୍ତମାନ ସୁଦ୍ଧା ୨୪୧୧ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ରିଲିଫ୍ କ୍ୟାମ୍ପରେ ରଖାଯାଇଥିବା ବେଳେ ଏହି ବିପର୍ଯ୍ୟୟରେ ୨୨,୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି