କନକ ବ୍ୟୁରୋ : ମଙ୍ଗଳବାର ଦିନ ସିକ୍କିମରେ ହୋଇଥିବା ହିମସ୍ଖଳନ କାରଣରୁ ୬ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୫୦ରୁ ଅଧିକ ପର୍ଯ୍ୟଟକ ବରଫ ଝଡରେ ଫଶି ରହିଥିବା ବେଳେ ୮୦ ରୁ ଅଧିକ ପର୍ଯ୍ୟଟକ ବରଫ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ ୧୫ମାଇଲ ଜେଏନ ରୋଡ ନିକଟରେ ଏଭଳି ସମୟରେ ବରଫ ସ୍ଖଳନ ହୋଇଛି ଯେତେବେଳେ କି ବହୁ ସଂଖ୍ୟାର ପର୍ଯ୍ୟଟକ ସେଠି ଉପସ୍ଥିତ ଥିଲେ । ୮୦ରୁ ଅଧିକ ପର୍ଯ୍ୟଟକ ଏବେ ବରଫ ତଳେ ଫଶି ରହିଥିବା ଅନୁମାନ କରାଯାଉଛି ।
Sikkim: 6 killed, over 80 feared trapped in avalanche on Nathula road@ANI Story | https://t.co/pCey4awmy4#Sikkim#Avalanche#Nathua#SikkimAvalanchepic.twitter.com/zwhDzrwK2u
— ANI Digital (@ani_digital) April 4, 2023
ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୩୦ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସେମାନଙ୍କୁ ତୁରନ୍ତ ମେଡିକାଲକୁ ପଠାଯାଇଛି । ସୂଚନା ମୁତାବକ ଏହି ଘଟଣା ମଙ୍ଗଳବାର ମଧ୍ୟାହ୍ନ ୧୨.୨୦ମିନିଟରେ ହୋଇଥିଲା । ସେପଟେ ପର୍ଯ୍ୟଟକଙ୍କୁ ମାତ୍ର ୧୩ ମାଇଲ ଯିବା ପାଇଁ ଅନୁମତି ମିଳିଥିବା ବେଳେ ପର୍ଯ୍ୟଟକମାନେ ୧୫ମାଇଲ ପର୍ଯ୍ୟନ୍ତ ଚାଲିଯାଇଥିଲେ । ଏହି କାରଣରୁ ଅଧିକ ପର୍ଯ୍ୟଟକ ବରଫ ତଳେ ଫଶି ରହିଥିବା କଥା କୁହାଯାଉଛି । ଏଭଳି ସୂଚନା ପାଇବା ପରେ ସିକ୍କିମ୍ ପୋଲିସ ସହିତ ସେନାର ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/Capture-10.jpg)