ପ୍ରକୃତିର ବିଚିତ୍ର ରୂପ: ସିକ୍କିମ, ଆସାମରେ ଲଗାଣବର୍ଷା ପରେ ଦେଖାଦେଇଛି ବନ୍ୟା ସମସ୍ୟା

146

କନକ ବ୍ୟୁରୋ: ନେପାଳରେ ପ୍ରକୃତି ତାଣ୍ଡବ । ଲଗାଣବର୍ଷା ପରେ ପୂର୍ବ ନେପାଳରେ ଭୟଙ୍କର ବନ୍ୟା ଦେଖାଦେଇଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପରେ ଏବେ ଭୁସ୍ଖଳନ ଓ ବନ୍ୟା ଦେଖୁଛି ନେପାଳ । ଏବେ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧି ସଂଖ୍ୟକ ଲୋକ ନିଖୋଜ ରହିିଥିବା ସୂଚନା ରହିଛି । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତ ଶ୍ରମିକ । ହାଇଡ୍ରୋପାୱାର ପ୍ରୋଜେକ୍ଟର କାମ କରିବା ସମୟରେ ଏମାନେ ବନ୍ୟା ପାଣିରେ ଭାସିଯାଥିବା କହିଛି ସ୍ଥାନୀୟ ପ୍ରଶାସନ । ନିଖୋଜ ଲୋକଙ୍କୁ ଖୋଜ ଚାଲିଛି । ସେପଟେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ସିକ୍କିମରେ ତାଣ୍ଡବ ରଚୁଛି ଅଦିନିଆ ବର୍ଷା
ଭୁସ୍ଖଳନ,ମୂସଳଧାରା ବର୍ଷାରେ ଅସ୍ତବ୍ୟସ୍ତ ସହର
ଭିଓ-ଉତର ସିକ୍କିମରେ ଚାଲିଛି ଲଗାଣ ବର୍ଷା ସାଙ୍ଗକୁ ଭୁସ୍ଖଳନ । ମୂସଳଧାରାରେ ବର୍ଷାରେ ଫଶି ରହିଛନ୍ତି ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ । ୩ହଜାର ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଉଛି । ଉଦ୍ଧାରକାର୍ଯ୍ୟରେ ସେନାକୁ ମୃତୟନ କରାଯାଇଛି । ୫ଟି ଜିଲ୍ଲା ପ୍ରଭାବିତ ହେବା ସହ ପ୍ରାୟ ୧୦୦ରୁ ଅଧିକ ଘର କ୍ଷତିଗସ୍ତ ହୋଇଛି । ଆଗାମୀ ୩ଦିନ ପାଇଁ ଅଂରେଜ ଆଲର୍ଟ ଜାରି କରାଯାଇଛି ।

ଆସାମରେ ବନ୍ୟା ସଙ୍କଟ
ଭାସୁଛି ସହର, ପାଣିଘେରରେ ଜନଜୀବନ
ମୌସୁମୀ ବର୍ଷା ଆସିବା ପୂର୍ବରୁ ବନ୍ୟା ସମସ୍ୟା ଘେରରେ ଆସାମ । ଲଗାଣବର୍ଷା ପରେ ବହ୍ମପୁତ୍ର ନଦୀ ସହ ରାଜ୍ୟର ଅନ୍ୟ ନଦୀର ଜଳସ୍ତର ବିପଦସଙ୍କୁଳ ଉପରେ ଦେଇ ପ୍ରବାହିତ ହେଉଛି । ଶହ ଶହ ଘର ବନ୍ୟା ପାଣି ଭିତରେ ରହିଛି । ସେନା ଓ ଏନଡିଆରଏଫ ଟିମ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ୧୦ ଜିଲ୍ଲାର ପ୍ରାୟ ୪୦ହଜାର ଲୋକ ପ୍ରଭାବିତ ହେଲେଣି । ଆଗାମୀ ୩ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା ପ୍ରକାଶ କରି ଅଂରେଜ ଆଲର୍ଟ କରିଛି ପାଣିପାଗ ବିଭାଗ ।

ରାଜସ୍ଥାନ ଡାକ୍ତରଖାନାରେ ବନ୍ୟା ପାଣି
ଦିଲ୍ଲୀ, କେରଳ, ତାମିଲନାଡ଼ୁରେ ପ୍ରବଳ ବର୍ଷା
ବାତ୍ୟା ବିପର୍ଯ୍ୟୟ ପ୍ରଭାବ ରାଜସ୍ଥାନକୁ ଭାରି ପଡିଛି । ଅଧିକାଂଶ ଜିଲ୍ଲାରେ ଲଗାଣବର୍ଷା ପରେ ଏଠାକାର ହାଲ ବେହାଲ ହୋଇପଡିଛି । ଘରଦ୍ୱାର ରାସ୍ତାଘାଟ ସବୁଠି ପଶିଛି ବର୍ଷା ପାଣି । ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେବା ସହ ଲୋକେ ନାହିଁନଥିବା ଅସୁବିଧା ଦେଇ ଗତି କରୁଛନ୍ତି । ସେପଟେ ମୌସୁମୀ ତାମିଲନାଡୁରେ ପ୍ରବେଶ କରିବା ସହ ରାଜ୍ୟରେ ଆରମ୍ଭ ହୋଇଛି ପ୍ରବଳ ବର୍ଷା । ରବିବାର ରାତିରୁ ବିଭିନ୍ନ ଜିଲ୍ଲରେ ଚାଲିଛି ଲଗାଣବର୍ଷା । ଦେଶର କିଛି ରାଜ୍ୟ ତାତି ପାଇଁ ତ୍ରାହୀ ତ୍ରାହୀ ଡାକୁଛି । ଅନ୍ୟପଟେ ବର୍ଷା, ଭୁସ୍ଖଳନ ଓ ବନ୍ୟା ଭିତରେ ରହିଛି ଅନ୍ୟ କିଛି ରାଜ୍ୟର । ପ୍ରକୃତିର ବିଚିତ୍ର ଓ କରାଳରୂପରେ ସନ୍ତୁଳି ହେଉଛି ଜନଜୀବନ ।