ଶିଖା ସାମନ୍ତରାୟ ନିର୍ଯାତନା ମାମଲା : ମହିଳା କମିସନରଙ୍କ ଦ୍ୱାରସ୍ଥ ହେଲେ ବିଧାୟକଙ୍କ ଭାଇବୋହୂ

18

କଟକ : ନ୍ୟାୟ ପାଇଁ ମହିଳା କମିସନରଙ୍କ ଦ୍ୱାରସ୍ଥ ହୋଇଛନ୍ତି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇବୋହୂ । ସ୍ୱାମୀଙ୍କ ସମ୍ପତି ସହ ଭରଣପୋଷଣ ଦାବି କଲେ ଶିଖା ସାମନ୍ତରାୟ । ଏହାସହ ତାଙ୍କୁ ବିଧାୟକ ଦେଉଥିବା ମାନସିକ ନିର୍ଯାତନା ବାବଦରେ ମହିଳା କମିସନର ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ଜଣାଇଛନ୍ତି । ତେବେ ମଝିରେ ଛୁଟି ପଡୁଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ୨ ସପ୍ତାହ ସମୟ ନେଇଛନ୍ତି ମହିଳା କମିସନର । ହାସହ ଶିଖାଙ୍କ ବିରୋଧରେ ଦେବାଶିଷ ଦେଇଥିବା ଏତଲା ବାବଦରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ସେ ସଠିକ୍ ମାର୍ଗରେ ଅଛନ୍ତି । ତେଣୁ ବିଧାୟକ କାହିଁକି ତାଙ୍କ ନାଁରେ ଏତଲା କରିଛନ୍ତି ସେ କଥା ତାଙ୍କୁ ଜଣାନାହିଁ ।