ୱାଟର ଫଲରେ ଫଶିଯାଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଶିଖ୍ ଯୁବକ କିଛି ଏପରି କଲେ, ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ।

131

କନକ ବ୍ୟୁରୋ: ପାହାଡରୁ ଖସିଯାଇ ଏକ ଜଳପ୍ରପାତରେ ପଡିଯାଇଥିଲେ ଜଣେ ବ୍ୟକ୍ତି । ଯାହାଙ୍କୁ ବଞ୍ଚା ଇବାକୁ ନିଜ ଜୀବନକୁ ବାଜି ଲଗାଇଦେଇଥିଲେ ଶିଖ ସମ୍ପ୍ରଦାୟର କିଛି ଯୁବକ ।ଏହାର ଭିଡିଓ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି ।ଏ ଘଟଣା ଏପରି ସ୍ଥାନରେ ଘଟିଥିଲା ଯେଉଁଠି ଖସିପଡିଲେ ବଞ୍ଚିବା ଅସମ୍ଭବ । ହେଲେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା ବେଳକୁ ବ୍ୟକ୍ତି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିସାରିଥିଲେ । କେମିତି ଉଦ୍ଧାର କଲେ ତାହା ଥିଲା ବେଶ ରୋଚକ ।

ଏହି ଘଟଣା ହେଉଛି କାନାଡାର ଗୋଲ୍ଡେନ୍ ଇଅସ୍ର ଓ୍ବାଟର ଫଲ୍ ନିକଟର । ସେଠାକୁ ବୁଲିବାକୁ ଯାଇଥିବା ଦୁଇ ସାଙ୍ଗଙ୍କ ମଧ୍ୟରୁ ଜଣଙ୍କ ଗୋଡ ପାହାଡ ଚଟାଣରୁ ଖସିଯାଇଥିଲା । ସେ ସିଧା ଯାଇ ୱାଟର ଫଲରେ ପଡିଥିଲେ । ଉପରକୁ ଉଠିବାକୁ ଚେଷ୍ଟା କରି ମଧ୍ୟ ଉଠିପାରୁନଥିଲେ । ତୁରନ୍ତ ଉଦ୍ଧାରକାରୀ ଦଳକୁ ଫୋନ ହୋଇଥିଲା । ହେଲେ ସେଠାରୁ କିଛି ଦୂରରେ ଥିବା ଶିଖ୍ ସମ୍ପ୍ରଦାୟର କିଛି ଯୁବକ । ଆଉ ବୁଦ୍ଧି ଖଟାଇ ନିଜ ପଗଡି ଖୋଲି ତାକୁ ଯୋଡି ସେଥିରେ ଏକ ରସି ବନେଇଥିଲେ । ଏହାକୁ ପାଣିକୁ ଖସିପଡିଥିବା ବ୍ୟକ୍ତିଙ୍କ ଆଡକୁ ପକାଇଥିଲେ ଯାହାକୁ ଧରି ଉପରକୁ ଉଠିଥିଲେ ବ୍ୟକ୍ତି ଜଣକ । ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆ ମିଡିଆରେ ଯୁବକଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।