୧୯୮୪ ଶିଖ୍-ବିରୋଧି ଦଙ୍ଗାରେ କଂଗ୍ରେସ ନେତା ଦୋଷୀ ସାବ୍ୟସ୍ତ : ୩୪ ବର୍ଷ ପରେ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଅଦାଲତ

୧୯୮୪ ଶିଖ୍-ବିରୋଧି ଦଙ୍ଗାରେ କଂଗ୍ରେସ ନେତା ଦୋଷୀ ସାବ୍ୟସ୍ତ : ୩୪ ବର୍ଷ ପରେ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଅଦାଲତ

କନକ ବ୍ୟୁରୋ: ଆଜି ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ୧୯୮୪ ଶିଖ୍-ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡାଦେଶ ଦେଇଛନ୍ତି।

publive-image

୨୦୧୮ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ସେ ଆତ୍ମସମର୍ପଣ କରିବେ। ଏହି ମାମଲାରେ ସଜ୍ଜନ କୁମାରଙ୍କୁ ଦୋଷମୁକ୍ତ ଏବଂ ଅନ୍ୟ ୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଟ୍ରାଏଲ୍ କୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରି ସିବିଆଇ ଆବେଦନ କରିବା ପରେ ହାଇକୋର୍ଟ ଉକ୍ତ ରାୟକୁ ଓଲଟାଇ ଦେଇଛନ୍ତି। ବିଚାରପତି ଏସ୍ ମୁରଲୀଧର ଏବଂ ବିନୋଦ ଗୋଏଲଙ୍କ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି। ୧୯୮୪ ମସିହା ଅକ୍ଟୋବର ୩୧, ତାରିଖ ଦିନ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ୍ ଅଞ୍ଚଳରେ ୫ ଜଣଙ୍କ ହତ୍ୟା ଘଟଣା ସହ ଏହି ମାମଲା ସମ୍ପୃକ୍ତ।

publive-image

ଟ୍ରାଏଲ୍ କୋର୍ଟ ଏହି ମାମଲାରେ ପୂର୍ବତନ କଂଗ୍ରେସ କାଉନସିଲର୍ ବଲଓ୍ଵାନ୍ ଖୋଖାର, ଅବସରପ୍ରାପ୍ତ ନୌସେନା କପ୍ତାନ ଭଗମାଲ ଏବଂ ଗିରିଧାରୀ ଲାଲଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେବା ସହ ଅନ୍ୟ ଦୁଇ ଜଣ- ପୂର୍ବତନ ବିଧାୟକ ମହେନ୍ଦର ଯାଦବ ଏବଂ କିଷନ୍ ଖୋଖରଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe