ସୋସିଆଲ୍ ମିଡିଆରେ ଏବେ ଗୋଟିଏ ଭିଡିଓ ଘୁରିବୁଲୁଛି । ଯେଉଁଥିରେ ଜଣେ ଶିଖ୍ ପୋଲିସ୍ ଅଫିସର୍ ଜଣେ ଯୁବକଙ୍କୁ ଲୋକଙ୍କ ଭିଡ ଏବଂ ମାରପିଟରୁ ବଞ୍ଚାଉଥିବାର ଦୃଶ୍ୟ ରହିଛି । ତେବେ ଆପଣ ଭାବୁଥିବେ ଏହି ଲୋକମାନେ କାହିଁକି ଏହି ଯୁବକକୁ ପିଟିବା ପାଇଁ ଯାଉଛନ୍ତି ତେବେ ଆପଣଙ୍କୁ ଆମେ ଆଜି ଏହି ସମ୍ପୁର୍ଣ୍ଣ ଘଟଣାରେ ଅବଗତ କରିବାକୁ ଯାଉଛୁ ।
ଉତ୍ତରାଖଣ୍ଡର ନେନିତାଲରେ ରାମନଗର ନାମକ ଏକ ସ୍ଥାନ ରହିଛି । ଏଠାରେ ଗିରିଜା ଦେବୀଙ୍କ ଏକ ପ୍ରସିଦ୍ଧ ମନ୍ଦିର ମଧ୍ୟ ରହିଅଛି । ଏହି ସ୍ଥାନଟି ଜିମ୍ କାର୍ବେଟ୍ ନ୍ୟାସନାଲ୍ ପାର୍କରେ ଅବସ୍ଥିତ । ଏହି ମନ୍ଦିର ପାଖରେ ଗୋଟିଏ ନଦୀ ମଧ୍ୟ ବୋହି ଯାଇଛି । ତେବେ ଏଭଳି ପ୍ରାକୃତିକ ବାତାବରଣ ଯୋଗୁଁ ସ୍ୱାମୀ ସ୍ତ୍ରୀ ଏବଂ ପ୍ରେମୀଯୁଗଳ ଏଠାକୁ ବୁଲିବା ପାଇଁ ଆସିଥାନ୍ତି । ଏଭଳି କିଛି ଆଶା ନେଇ ଏକ ପ୍ରେମୀଯୁଗଳ ଏଠାକୁ ବୁଲିବାକୁ ଆସିଥିଲେ । ତେବେ ସେଠାକାର କିଛି ଲୋକମାନେ ମିଶି ଦୁହିଁଙ୍କୁ ପଚରାଉଚରା କରିଥିଲେ । ଯେତେବେଳେ ଜଣାପଡିଲା ପ୍ରେମିକ ଜଣକ ମୁସଲମାନ୍ ବୋଲି ଉତ୍ତ୍ୟକ୍ତ ଲୋକେ ଯୁବକକୁ ମାରପିଟ କରିବା ଆରମ୍ଭ କରିଦେଲେ । ଉକ୍ତ ପ୍ରେମିକା କାହିଁକି ମାରୁଛ କହି ପ୍ରଶ୍ନ କରିବାରୁ ଭିଡ ଭିତରୁ ଜଣେ ବୟସ୍କ ବ୍ୟକ୍ତି ଆମେ ତାକୁ କାଟିଦେବୁ କହିଥିଲେ । ଭୟରେ ଥିବା ପ୍ରେମୀଯୁଗଳଙ୍କ ସହାୟତା ପାଇଁ ସେତେବେଳେ ଉତ୍ତରାଖଣ୍ଡ ପୋଲିସ୍ ସେଠାରେ ପହଞ୍ଚିଥିଲା ।
ସବ୍ ଇନ୍ସପେକ୍ଟର ଗଗନଦୀପ୍ ସିଂହ ଏହି ଘଟଣାର ସମସ୍ୟା କରିବାକୁ ଚାହୁଁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଯୁବକକୁ ପିଟିବାକୁ ଚାହୁଁଥିଲେ । କିନ୍ତୁ ସେ ନିଜ ଜୀବନକୁ ସଂକଟରେ ପକାଇ ଭିଡ ଭିତରୁ ଉକ୍ତ ଯୁବକକୁ ବଞ୍ଚାଇବା ପାଇଁ ତାକୁ ଛାତିରେ ଜାବୁଡି ଧରିଥିଲେ । ତେବେ ଏହି ଭିଡିଓକୁ କେହି ଜଣେ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ସମସ୍ତେ ସବ୍ ଇନ୍ସପେକ୍ଟର ଗଗନଦୀପ୍ ସିଂହଙ୍କ ପ୍ରଶଂସା କରିବାରେ ଲାଗି ପଡିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/Gagandeepp.jpg)