କନକ ବ୍ୟୁରୋ : ଜିମ୍ବାୱେରେ ଖେଳାଯାଉଥିବା ଏଫ୍ରୋ ଟି-୧୦ ଲିଗରେ ସିକନ୍ଦର ରଜାଙ୍କ ବିସ୍ଫାରକ ଇନିଂସ । ବୁଲାବାୟୋ ବ୍ରେବ୍ସ ଓ ହରାରେ ହରିକେନ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ସିକନ୍ଦର ରଜାଙ୍କ ଧୂଆଁଧାର ଇନିଂସ ବଳରେ ମାତ୍ର ୯.୧ ଓଭରରେ ବିଜୟଲକ୍ଷ୍ୟ ହାସଲ କରିଥିଲା ବୁଲବାୟୋ ବ୍ରେବ୍ସ । ସିକନ୍ଦର ରଜା ୨୧ ବଲରୁ ୭୦ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜୟ ଭେଟି ଦେଇଥିଲେ ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବୁଲାବାୟୋ ବ୍ରେବ୍ସ । ପ୍ରଥମେ ବ୍ୟାଟିଂ କରିଥିବା ହରାରେ ହରିକେନ୍ସ ୪ ୱିକେଟ ବିନିମୟରେ ୧୩୪ ରନ କରିଥିଲା । ୧୩୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ବୁଲାବାୟୋ ପକ୍ଷରୁ ସିକନ୍ଦର ୨୧ ବଲରୁ ୭୦ ରନର ଇନିଂସ ଖେଳିଥିଲେ । ଯେଉଁଥିରେ ୬ଟି ଛକା ଓ ୫ଟି ଚୌକା ରହିଥିଲା । ମାତ୍ର ୧୫ ବଲରେ ହିଁ ନିଜର ଅର୍ଦ୍ଧଶତକ ପୂରା କରିଥିଲେ ସିକନ୍ଦର ରଜା । ଅନ୍ୟପଟେ କୋବ ହାର୍ଫ୍ଟ ମଧ୍ୟ ୨୩ ବଲରୁ ୪୧ ରନର ଇନିଂସ ଖେଳି ଦଳକୁ ବିଜୟ କରାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/1690255900679_1000110749.jpeg)