ପୁନେରୁ ଆସିବ କରୋନା ଟିକା: ୪୦ଟି ବିମାନରେ ଟିକା ପରିବହନ ପାଇଁ ପ୍ରସ୍ତୁତ ପୁଣେ ବିମାନବନ୍ଦର; ଦିନେ ଦୁଇ ଦିନ ଭିତରେ ଦେଶର ବିଭିନ୍ନ ରାଜ୍ୟକୁ ଆରମ୍ଭ ହେବ ଟିକା ଯୋଗାଣ ପ୍ରକ୍ରିୟା

ସାରା ଓଡ଼ିଶାରେ ସଫଳତାର ସହ ଡ୍ରାଏ ରନ୍

63

କନକ ବ୍ୟୁରୋ: ପୁଣେରୁ ଆସିବ କୋଭିଡ ଭ୍ୟାକସିନ । ସେରମ ଇନଷ୍ଟିଚ୍ୟୁଟରେ ବିତରିତ ହେବାକୁ ଥିବା ୫ କୋଟି ଡୋଜ ଟିକା ପ୍ରସ୍ତୁତ ରହିଛି । ସେହିପରି ଟିକା ପହଂଚାଇବା ପାଇଁ ପୁଣେ ଏୟାରପୋର୍ଟରେ ପ୍ରସ୍ତୁତ ହୋଇରହିଛି କାର୍ଗୋ ବିମାନ । ତେଣୁ ଦିନେ ଦୁଇ ଦିନ ଭିତରେ ଦେଶର ବିଭିନ୍ନ ଅଂଚଳରେ ଟିକା ପହଂଚିଯିବ ବୋଲି ଆଶା କରାଯାଉଛି । ଏପଟେ ଆଜି ଦେଶର ୩୩ ରାଜ୍ୟର ୭ଶହରୁ ଅଧିକ ଜିଲ୍ଲାରେ ଟିକାକରଣ ପୂର୍ବରୁ ମହାଅଭ୍ୟାସ କରାଯାଇଛି ।

ସିରମ ଇନଷ୍ଟିଚ୍ୟୁଟରୁ ବିତରଣ ପାଇଁ କୋଭିଡ ଟିକା ପ୍ରସ୍ତୁତ । ଦେଶର ବିଭିନ୍ନ ସହରକୁ ଟିକା ପହଂଚାଇବାକୁ ପୁଣେ ଏୟାରପୋର୍ଟ ବି ପ୍ରସ୍ତୁତ । କେବଳ ଅପେକ୍ଷା ରହିଛି ଟିକା କିଣିବା ନେଇ ସରକାରଙ୍କ ଅନୁଷ୍ଠାନିକ ଆଦେଶକୁ । ପୁଣେରୁ ଦୈନିକ ୪୦ ବିମାନ ଜରିଆରେ ଦେଶରେ ୧୫ଟି ସ୍ଥାନକୁ ଟିକା ପଠାଯିିବ । ଦୈନିକ ୧୫୦ ଟନର ଟିକା ଓ ଆନୁସଙ୍ଗୀକ ସାମଗ୍ରୀ ପରିବହନ କରାଯାଇ ପାରିବ ବୋଲି ଟୁଇଟ କରିଛନ୍ତି ପୁଣେ ଏୟାରପୋର୍ଟ କର୍ତୃପକ୍ଷ ।

ତେବେ ସିରମ ଇନଷ୍ଟିଚ୍ୟୁଟର କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି । କଂପାନୀ ପାଖରେ କରୋନା ଟିକାର ୫ କୋଟି ଡୋଜ ମହଜୁଦ ରହିଛି । ସରକାରଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ବିଭିନ୍ନ ସ୍ଥାନକୁ ପଠାଇବା କାମ ଆରମ୍ଭ ହୋଇଯିବ । କରୋନା ଟିକାକରଣ ପୂର୍ବରୁ ୩୩ ରାଜ୍ୟର ୭୩୬ ଜିଲ୍ଲାରେ ମହାଅଭ୍ୟାସ କରାଯାଇଛି । ସେପଟେ ଚେନ୍ନାଇରେ ଡ୍ରାଏନ ରନର ସ୍ଥିତି ପରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ଏହି ଅବସରରେ ସେ କହିଛନ୍ତି, ଦେଶରେ ଶୀଘ୍ର ଟିକାକରଣ ଆରମ୍ଭ କରାଯିବ ।

ଓଡିଶାର ୧୧୦ଟି ସାଇଟରେ ଶୁକ୍ରବାର ଟିକାକରଣର ଡ୍ରାଏରନ କରାଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କମ୍ୟୁନିଟି ହେଲଥ ସେଂଟର ଓ ମେଡିକାଲ କଲେଜ ସହ ୧୧ଟି ଘରୋଇ ହସପିଟାଲରେ ପ୍ରାକ ଅଭ୍ୟାସ କରାଯାଇଛି । ପ୍ରତି ସାଇଟରେ ୨୫ ଜଣଙ୍କୁ ଡମି ଟିକା ଦିଆଯାଇଛି । ଟିକା ନେଇଥିବା ବ୍ୟକ୍ତିଙ୍କୁ ଅଧଘଂଟା ଯାଏଁ ନୀରିକ୍ଷଣରେ ରଖି ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଲେ ତୁରନ୍ତ ଚିକିତ୍ସାର ବ୍ୟବସ୍ଥା ବି ହୋଇଥିଲା । ତେବେ ଦେଶକୁ କିଛି ଦିନ ଭିତରେ ମିଳିଯିବ କରୋନା ଟିକା । ଓଡିଶା ସମେତ ୧୯ ରାଜ୍ୟକୁ ସିଧାସଳଖ କୋଭିଡ ଟିକା ଆସିବ । ଦିନେ ଦୁଇ ଦିନ ଭିତରେ ଉତ୍ପାଦନକାରୀ ସଂସ୍ଥାରୁ ଟିକା ବିତରଣ ବା ପଠାଇବା କାମ ଆରମ୍ଭ ହୋଇଯାଇପାରେ ।

Comments are closed.