କନକ ବ୍ୟୁରୋ: ପ୍ରଭୁ ଶ୍ରୀରାମଙ୍କ ସୌମ୍ୟ ଶ୍ୟାମଳ ସ୍ୱରୂପ ସାମ୍ନାକୁ ଆସିବା ପରେ ମୂର୍ତ୍ତିକୁ ନେଇ ଚର୍ଚ୍ଚା । ଏହି ମୂର୍ତ୍ତି ଦିବ୍ୟ ପଛରେ ରହିଛି ଅନେକ ମହତ୍ତ୍ୱ । ଭଗବାନ ବିଷ୍ଣୁଙ୍କ ୧୦ ଅବତାର, ହିନ୍ଦୁ ଧର୍ମର ପ୍ରତୀକ କୁହାଯାଉଥିବା ଓମ୍ ଏବଂ ସ୍ୱସ୍ତିକ ଚିହ୍ନ, ଏମିତିକି ପୂରା ବ୍ରହ୍ମାଣ୍ଡର ପ୍ରତୀକ ଏହି ୫୧ ଇଞ୍ଚର ମୂର୍ତ୍ତି ଭିତରେ ଲୁଚି ରହିଛି । ଭଗବାନଙ୍କ ପ୍ରଥମ ଅବତାର ମତ୍ସ୍ୟ, ଦ୍ୱିତୀୟ ଅବତାର କୁର୍ମି, ତୃତୀୟ ଅବତାର ବରାହ, ଚତୁର୍ଥ ଅବତାର ନୃସିଂହ, ପଂଚମ ଅବତାର ବାମନ, ଷଷ୍ଠ ଅବତାର ବାମନ, ସପ୍ତମ ଅବତାର ରାମ, ଅଷ୍ଟମ ଅବତାର କୃଷ୍ଣ, ନବମ ଅବତାର ବୁଦ୍ଧ ଏବଂ ଦଶମ ଅବତାର କଳ୍କିଙ୍କ ସ୍ୱରୂପ ଏହି ମୂର୍ତ୍ତିରେ ସ୍ଥାନ ପାଇଛି । ଏହାସହିତ ଗୋଟିଏ ପାଶ୍ୱର୍ରେ ହନୁମାନ ସ୍ଥାନ ପାଇଥିବା ବେଳେ ଆଉ ଗୋଟିଏ ପାଶ୍ୱର୍ରେ ଗରୁଡ଼ ବିରାଜମାନ କରିଛନ୍ତି । ସେହିପରି ମୂର୍ତିରେ ସ୍ଥାନ ପାଇଥିବା ଅନ୍ୟାନ୍ୟ ପବିତ୍ର ଚିହ୍ନର ବିଶେଷ ମହତ୍ୱ ରହିଛି ।
- ସୂର୍ଯ୍ୟ: ମୂର୍ତ୍ତିରେ ସୂର୍ଯ୍ୟଙ୍କୁ ସ୍ଥାନ ଦିଆଯାଇଛି । ସୂର୍ଯ୍ୟ ହେଉଛନ୍ତି ଭଗବାନ ରାମଙ୍କର ବଂଶର ପ୍ରତୀକ । ଏହାସହ ସୂର୍ଯ୍ୟଙ୍କୁ ଅନୁଶାସନର ପ୍ରତୀକ ବୋଲି ଗ୍ରହଣ କରାଯାଏ । ଭଗବାନ ରାମଙ୍କ ଚରିତ୍ର ସ୍ଥିର, ଯେମିତି ଠିକ୍ ସୂର୍ଯ୍ୟଙ୍କ ଭଳି ।
- ଶେଷନାଗ: ମୂର୍ତ୍ତିରେ ଶେଷନାଗ ସ୍ଥାନ ପାଇଛନ୍ତି । ଭଗବାନ ବିଷ୍ଣୁଙ୍କ ସୌର୍ଯ୍ୟ ଓ ସୁରକ୍ଷାର ପ୍ରତୀକ ହେଉଛନ୍ତି ଶେଷନାଗ । ଭଗବାନ ବିଷ୍ଣୁ, ଲକ୍ଷ୍ମଣ ରୂପରେ ଭଗବାନ ରାମଙ୍କ ସହ ସବୁବେଳେ ସାଥୀରେ ଥାନ୍ତି ।
- ‘ଓମ୍’:ମୂର୍ତ୍ତିରେ ‘ଓମ୍’ର ଚିହ୍ନ ରହିଛି । ଯାହା ସୃଷ୍ଟିର ପ୍ରଥମ ସ୍ୱର ଭାବେ ଗ୍ରହଣ କରାଯାଏ । ଏବଂ ସୌରମଣ୍ଡଳର ଧ୍ୱନି ଭାବେ ଗ୍ରହଣ କରାଯାଏ । ଓମ୍ ହେଉଛି ସନାତନ ଧର୍ମ ପରମ୍ପରାର ପ୍ରତୀକ ।
- ଗଦା: ଗଦା ହେଉଛି ଶକ୍ତିର ପ୍ରତୀକ । ପ୍ରଭୁ ଶ୍ରୀରାମଙ୍କ ସଂକଳ୍ପ ଗଦା ଭଳି ମଜଭୁତ । ଏହି କାରଣରୁ ଭଗବାନ ରାମଙ୍କ ମୂର୍ତ୍ତିରେ ଗଦାକୁ ମଧ୍ୟ ସ୍ଥାନ ଦିଆଯାଇଛି ।
- ସ୍ୱସ୍ତିକ: ସ୍ୱସ୍ତିକ ହେଉଛି ଆମ ସଂସ୍କୃତି, ତଥା ବୈଦିକ ପରମ୍ପରାର ଚିହ୍ନ । ଏବଂ ରାମ ହେଉଛନ୍ତି ସଂସ୍କୃତି ପ୍ରତୀକର ପରିଚୟ ।
- ଆଭାମଣ୍ଡଳ: ଭଗବାନ ରାମଙ୍କ ମୁଖ ପଛରେ ଆଭାମଣ୍ଡଳ ସ୍ଥାନ ପାଇଛି । ଯାହା ପୂରା ବ୍ରହ୍ମାଣ୍ଡର ପ୍ରତୀକ ।
- ଧନୁଷ: ଧନୁଷ କେବଳ ଏକ ଅସ୍ତ୍ର ନୁହେଁ । ମୂଳତଃ ଭଗବାନ ରାମଙ୍କ ଶିକ୍ଷା ଓ ପୁରୁଷାର୍ଥର ପ୍ରତୀକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/01/4-31.jpg)